ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ୨ଜଣ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ ଟପକରା କତେଇବରା ନିକଟରେ ଦୁର୍ଘଟଣା ଘଟି ୨ଜଣ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଛି। ତେଲ ଟ୍ୟାଙ୍କର ଧକ୍କାରେ ୨ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ୨ ହକି ଖେଳାଳୀ ସୁମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ବୋଲି ଜଣାପଡ଼ିଛି। ମୃତକ ସୁମିଲାନ ଟପ୍ପୋ ଏବଂ ସଚିନ ଟପ୍ପୋ ହକି ଖେଳି ଛତିଶଗଡ଼ ବଲୁଆବାହାଲ ଗାଁରୁ ଫେରୁଥିଲେ। ହକି ଖେଳାଳୀ ତଳସରା ରାମପୁର ପଞ୍ଚାୟତ ନିମଡିହି ଗାଁର ବୋଲି ଜଣାପଡ଼ିଛି।
Popular Categories



