www.samajalive.in
Sunday, December 7, 2025
26.1 C
Bhubaneswar

ଇସ୍ରାଏଲ ପାଇଁ ଭାରତ ବନ୍ଧୁ, ଇରାନ ଅଭିଶାପ- ଜାତିସଂଘରେ ୨ଟି ମାନଚିତ୍ର ଦେଖାଇ ଏପରି କହିଲେ ନେତାନ୍ୟାହୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ହେଜବୋଲ୍ଲା ଯୁଦ୍ଧ ଚାଲିଥିବାବେଳେ ଜାତିସଂଘରେ ଭାରତକୁ ଭୂୟସୀ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ସେ ଜାତିସଂଘ ସାଧାରଣ ସଭା ବୈଠକରେ ପୋଡ଼ିୟମରେ ଛିଡ଼ା ହୋଇ ଦୁଇ ହାତରେ ୨ଟି ମାନଚିତ୍ର ଧରି ସମସ୍ତଙ୍କୁ ଦେଖାଇଥିଲେ। ଗୋଟିଏ ମାନଚିତ୍ରରେ କିଛି ଦେଶକୁ ସବୁଜ ରଙ୍ଗରେ ରଙ୍ଗିନ କରାଯାଇଥିଲା। ଅନ୍ୟଟିରେ କିଛି ଦେଶକୁ କଳା ରଙ୍ଗରେ ଦର୍ଶାଯାଇଥିଲା। ସବୁଜ ରଙ୍ଗର ମାନଚିତ୍ରକୁ ଦେଖାଇ ନେତାନ୍ୟାହୁ କହିଥିଲେ ଏମାନେ ହେଉଛନ୍ତି ଆମ ପାଇଁ ବରଦାନ, ଆଶୀର୍ବାଦ ଏବଂ ବନ୍ଧୁ। ଏସବୁ ଦେଶ ମଧ୍ୟରେ ଥିଲେ ଭାରତ, ଇଜିପ୍ଟ, ସୁଦାନ, ସାଉଦି ଆରବ। ଅନ୍ୟପଟେ କଳା ରଙ୍କର ମାନଚିତ୍ରରେ ଥିବା ଦେଶଗୁଡ଼ିକ ମଧ୍ୟରେ ଇରାନ, ଇରାକ, ସିରିୟା ଏବଂ ୟେମେନ ରହିଥିଲେ। ଏସବୁ ଦେଶ ଇସ୍ରାଏଲ ପାଇଁ ଅଭିଶାପ ବୋଲି ନେତାନ୍ୟାହୁ କହିଥିଲେ।
ଅନ୍ୟପଟେ ୨ଟି ଯାକ ମାନଚିତ୍ରରେ ପାଲେଷ୍ଟାଇନର ଚିହ୍ନବର୍ଣ୍ଣ ନ ଥିଲା। ଓ୍ବେଷ୍ଟବ୍ୟାଙ୍କ ଏବଂ ଗାଜା ଇସ୍ରାଏଲର ଅଂଶ ବୋଲି ଦର୍ଶାଯାଇଥିଲା। ଇସ୍ରାଏଲ ପାଇଁ ଯେଉଁମାନେ ବିପଦ ସେମାନଙ୍କୁ ହଟାଇବା ଏବଂ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ଇସ୍ରାଏଲର ପୂର୍ଣ୍ଣ ଅଧିକାର ରହିଛି। ଆମେ ତାହା ହିଁ କରୁଛୁ ବୋଲି ସେ କହିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories