www.samajalive.in
Sunday, December 7, 2025
14.1 C
Bhubaneswar

ଇସ୍ପାତ ଏକ୍ସପ୍ରେସରୁ ଗଞ୍ଜେଇ ଜବତ, ୨ ଗିରଫ, ଦିବ୍ୟାଙ୍ଗ ନାବାଳକ ଅଟକ

ବଲାଙ୍ଗିର : ବଲାଙ୍ଗିର ରେଳଷ୍ଟେସନରୁ ଇସ୍ପାତ ଏକ୍ସପ୍ରେସ ଟ୍ରେନରୁ ବଲାଙ୍ଗିର ରେଳ ସୁରକ୍ଷା ବଳ(ଆରପିଏଫ୍) ୨୬କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୨ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ବିହାରର ଆନନ୍ଦ କୁମାର (୧୯) ଓ ପଶ୍ଚିମବଙ୍ଗର ମିନାରୁଲ ସେଖ୍ (୪୫)ଙ୍କୁ ଗିରଫ କରିବା ସହ ବିହାରର ଦିବ୍ୟାଙ୍ଗ ନାବାଳକ(୧୭)କୁ ଅଟକ ରଖାଯାଇଛି।
କଣ୍ଟାବାଞ୍ଜିରୁ ହାୱଡା ଅଭିମୁଖେ ଯାଉଥିବା ଇସ୍ପାତ ଏକ୍ସପ୍ରେସ ଟ୍ରେନରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ବଲାଙ୍ଗିର ଆରପିଏଫ୍ ଇନ୍ସପେକ୍ଟର ରାଜ ସିଂ ମଲ୍ଲିକଙ୍କ ନେତୃତ୍ୱରେ ବଲାଙ୍ଗିର ଷ୍ଟେସନରେ ଟ୍ରେନରେ ଚଢ଼ଉ କରାଯାଇଥିଲା । ଟ୍ରେନରେ ଗଞ୍ଜେଇ ଜବତ ସହ ୩ ଅଭିଯୁକ୍ତଙ୍କୁ କାବୁ କରା ଯାଇଥିଲା । ଅଭିଯୁକ୍ତମାନେ ସଇଁତଳା ଷ୍ଟେସନରୁ ଗଞ୍ଜେଇ ଆଣି ବିହାର ଓ ପଶ୍ଚିମବଙ୍ଗ ଚାଲାଣ କରୁଥିବା ତଦନ୍ତରୁ ଜଣାପଡ଼ିଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ଲକ୍ଷ ୩୪ହଜାର ଟଙ୍କା ବୋଲି ବଲାଙ୍ଗିର ରେଳ ସୁରକ୍ଷା ବଳ ଇନ୍ସପେକ୍ଟର ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଗଞ୍ଜେଇ ଜବତ ମାମଲାରେ ଆରପିଏଫ ମାମଲା ରୁଜ୍ଜୁ କରି ଜବତ ଗଞ୍ଜେଇ ସହ ଅଭିଯୁକ୍ତମାନଙ୍କୁ ବଲାଙ୍ଗିର ଅବକାରୀ ବିଭାଗକୁ ହସ୍ତାନ୍ତର କରିଛି ।

ପିତୃପକ୍ଷରେ ଭୁଲ୍‌ରେ ବି ଏସବୁ କରନ୍ତୁ ନାହିଁ ଦାନ: ନଚେତ୍‌ ହୋଇଯିବେ କାଙ୍ଗାଳ..

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories