www.samajalive.in
Wednesday, December 10, 2025
26.1 C
Bhubaneswar

ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କଲେ କେନ୍ଦ୍ର ସରକାର

ଡେସ୍କ: ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତାକୁ ସଂଶୋଧନ କରି ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଜୀବନଧାରଣ ଖର୍ଚ୍ଚର ମୁକାବିଲା କରିବାରେ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ବୃଦ୍ଧି କରାଯାଇଛି। ନୂଆ ମଜୁରୀ ହାର ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ। ଶେଷ ଥର ପାଇଁ ୨୦୨୪ ଏପ୍ରିଲରେ ମଜୁରୀ ହାର ସଂଶୋଧନ କରାଯାଇଥିଲା।

ସର୍ବନିମ୍ନ ମଜୁରୀ ହାରକୁ ଅଣକୁଶଳୀ, ଅର୍ଦ୍ଧ-କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ – ତଥା ଭୌଗୋଳିକ କ୍ଷେତ୍ର-ଏ, ବି ଏବଂ ସି ଆଧାରରେ ଦକ୍ଷତା ସ୍ତର ଆଧାରରେ ବର୍ଗୀକରଣ କରାଯାଇଛି।

- Advertisement -

ସଂଶୋଧନ ପରେ ଅଣକୁଶଳୀ କାମ ପାଇଁ ନିର୍ମାଣ, ଝାଡ଼େଇ, ସଫେଇ, ଲୋଡିଂ ଓ ଅନଲୋଡିଂ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ହାର ଅଣକୁଶଳୀ ପାଇଁ ଦୈନିକ ୭୮୩ ଟଙ୍କା (ମାସିକ ୨୦,୩୫୮ ଟଙ୍କା), ଅର୍ଦ୍ଧକୁଶଳୀ ପାଇଁ ୮୬୮ ଟଙ୍କା (ମାସିକ ୨୨,୫୬୮ ଟଙ୍କା), ଦକ୍ଷ କ୍ଲରିକାଲ ଏବଂ ୱାଚ୍ ଆଣ୍ଡ ୱାର୍ଡ ପାଇଁ ଦୈନିକ ୯୫୪ ଟଙ୍କା (ମାସିକ ୨୪,୮୦୪ ଟଙ୍କା) ଏବଂ ଉଚ୍ଚ କୁଶଳୀ ପାଇଁ ଦୈନିକ ୧୦୩୫ ଟଙ୍କା ଅର୍ଥାତ୍ ମାସିକ ୨୬,୯୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories