www.samajalive.in
Thursday, December 11, 2025
13.1 C
Bhubaneswar

ହାତ ଲେଖା ଡାଏରୀରେ ଲେଖା ହୋଇଛି ହତ୍ୟାକାଣ୍ଡର କାରଣ, ପୁଲିସ ଜାରି ରଖିଛି ତଦନ୍ତ

ଆରଡି: ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା ଓ ମାଂସଖଣ୍ଡକୁ ୫୯ଖଣ୍ଡ କରି ଫ୍ରିଜରେ ରଖିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଓଡିଶାର ଭଦ୍ରକ ଜିଲା ଆରଡିଫାଣ୍ଡି ଅଧିନସ୍ଥ ଭୁଇଁପୁର ଗାଁର ତପନ ରାୟଙ୍କର ୩୨ବର୍ଷିୟ ବଡପୁଅ ମୁକ୍ତିରଞ୍ଜନ ଗତ ୨ବର୍ଷ ହେଲା ବେଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରୁଥିଲା।  ହେଲେ ମୁକ୍ତିରଞ୍ଜନ ଯେଉଁ କମ୍ପାନୀରେ କାମ କରୁଥିଲା ସେଠାରେ ଜଣେ ବିବାହିତା ମହିଳା ବି କାମ କରୁଥିଲା। ସେହି ମହିଳାଙ୍କ ସହ ବନ୍ଧୁତା ହେବା ପରେ ସମ୍ପର୍କ ଗଢ଼ି ଉଠିଥିଲା।  ମୁକ୍ତିରଞ୍ଜନଙ୍କ ଟଙ୍କା ଓ ସୁନା ଅଳଙ୍କାର ଲୋଭରେ ମହିଳା ଜଣକ ନିଜ ଫ୍ଲାଟକୁ ଭାଇ ମୁକ୍ତିରଞ୍ଜନକୁ ଡାକୁଥିଲା ବୋଲି ବଡ଼ ଭାଇ ଶକ୍ତିରଞନ ଆଜି(ଗୁରୁବାର) ଘରକୁ ଫେରିବା ପରେ କହିଛି।
ଏପରିକି ମୋ ଭାଇକୁ ସେହି ମହିଳା ମାନସିକ ଯନ୍ତ୍ରଣା ଦେବା ସହ ନିଜ ପାଖରେ ରଖିବା ପାଇଁ ଷଢଯନ୍ତ୍ର ଚଳାଇଥିଲ। ଭାଇ ଏହାକୁ ବିରୋଧ କରିବା ସହ ମାନସିକ ଚାପଗ୍ରସ୍ତରେ ରହୁଥିଲେ।  ମୁକ୍ତିରଞ୍ଜନ ସେହି ମହିଳାଙ୍କୁ ହତ୍ୟା କରିଥିଲା। ମହିଳାଙ୍କ ଶରୀରକୁ ୫୯ଖଣ୍ଡ କରିଥିଲା ଏବଂ ସେହି ମାଂସ ଖଣ୍ଡଗୁଡ଼ିକୁ ଫ୍ରିଜରେ ରଖି ବେଙ୍ଗାଲୁରୁ ଛାଡି ପଳାଇ ଆସିଥିଲା। ଏପରିକି ବେଙ୍ଗାଲୁରୁ ପୁଲିସ ମୁକ୍ତିରଞ୍ଜନର ମୋବାଲିକୁ ଟ୍ରାକିଂ କରିବା ସହ ଓଡିଶା ସମେତ ପଶ୍ଚିମବଙ୍ଗ ଆଦି ସ୍ଥାନରେ ଖୋଜାଖୋଜି କରିଥିଲା। ଏଥିସହ ବେଙ୍ଗାଲୁରୁରେ ରହୁଥିବା ଅନ୍ୟ ଭାଇ ସ୍ମୃତିରଞନକୁ ମଧ୍ୟ ସେଠାକାର ପୁଲିସ ଅଟକ ରଖି ଘଟଣାର ପଚରାଉଚରା କରୁଥିବା ଜଣାପଡ଼ିଛି।
ଶକ୍ତିରଞ୍ଜନଙ୍କ କହିବା ଅନୁଯାୟୀ  ମୁଁ ବ୍ରହ୍ମପୁରରେ ଏକ ମେସରେ ରହୁଥିଲି। ମୋ ଭାଇ ସେଠାକୁ ଆସି ବେଙ୍ଗାଲୁରୁରେ ଘଟାଇଥିବା ଘଟଣା ସମ୍ପର୍କରେ ପ୍ରକାଶ କରିବା ସହ ଭୋଭୋ ହୋଇ କାନ୍ଦିଥିଲା। ଏପରିକି ବାପା ମା ଓ ଆମ ୨ଭାଇଙ୍କ ପାଇଁ କିଛି କରିପାରିଲା ନାହିଁ ବୋଲି କହିତିଲା। ଏଥିସହ ଘରକୁ ଯାଉଛି ବୋଲି କହି ଭଦ୍ରକ ଆସିଥିଲା। ଗତ ମଙ୍ଗଳବାର ସନ୍ଧ୍ୟାରେ ମୁକ୍ତିରଞ୍ଜନ ନିଜ ଘରକୁ ଆସି ଅନୁରୂପ ଭାବେ ନିଜ ମାଙ୍କ ପାଖରେ ସବୁ କଥା ବଖାଣିଥିଲା। ଏପରିକି ଜନୈିକ ମହିଳା  ମାନସିକ ନିର୍ଜାତନା ଦେବା ସହ ବାରମ୍ବାର  ଟଙ୍କା ମାଗୁଥିଲା ବୋଲି ମା’ଙ୍କୁ କହିଥିଲା। ନିର୍ଯାତନା ସହି ନ ପାରି ସେହି ମହିଳାଙ୍କୁ ହତ୍ୟା କରିଥିବା କଥା ସୂଚନା ଦେଇଥିଲା।
ଏହାପରେ ରାତି ୩ଟାରେ ଭଦ୍ରକ ଯିବା ପାଇଁ ଘରେ ଥିବା ସ୍କୁଟିର ଚାବି ମାଗିଥିଲା ବୋଲି ମା କୁଞ୍ଜଲତା ରାୟ କହିଥିଲା। ହେଲେ ଗାଁ ଠାରୁ ୩କିମି ଦୂର କୁଳେଇପଦା ଶଶ୍ମାନ ନିକଟରେ ଥିବା ଏକ ଗଛରେ ଦଉଡି ଦ୍ବାରା ଝୁଲିପଡିଥିଲା ମୁକ୍ତିରଞ୍ଜନ। ମୁକ୍ତିରଞ୍ଜନ ଆତ୍ମହତ୍ୟା ଖବର ସ୍ଥାନୀୟ ଲୋକ ଆରଡି ପୋଲିସକୁ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁକ୍ତିରଞ୍ଜନର ମୃତଦେହକୁ ଜବତ କରିବା ସହ ମୁକ୍ତିରଞ୍ଜନ ଛାଡି ଯାଇଥିବା ଏକ କଳା ବ୍ୟାଗ , ଲାପଟପ, ଡାଏରୀକୁ ପୁଲିସ ଜବତ କରିଥିଲା। ଉକ୍ତ ଡାଏରୀରେ ମୁକ୍ତିରଞ୍ଜନ ମହିଳାଙ୍କୁ ହତ୍ୟା କରିଥିବାର ସମସ୍ତ କଥା ଲେଖିଥିବା ଧାମନଗର ଏସଡିପିଓ ତ୍ରିଲୋଚନ ମାଝୀ ସୂଚନା ଦେଇଛନ୍ତି। ତେବେ ଏ ସଂକ୍ରାନ୍ତରେ ତଦନ୍ତ ଜାରି ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
ଗୁରୁବାର ଭଦ୍ରକ ଏସପି ବରୁଣଗୁଣ୍ଠ ପାଲି ପ୍ରେସ ବିବୃତିରେ କହିଛନ୍ତି ବେଙ୍ଗାଲୁରରେ ଘଟିଥିବା ଘଟଣାରେ ଧୁଷୁରୀଥାନା ଓ ଆରଡିଫାଣ୍ଡି ଅଧିନ ଭୁଇଁପୁର ଗାଁର ମୁକ୍ତିରଞ୍ଜନ କରିବା ପରେ ଆତ୍ମହତ୍ଯା କରିଛି। ଏପରିକି ମୃତ୍ୟୁ ପୂର୍ବରୁ ଏକ ସୁସାଇଟ ନୋଟ ଛାଡିଯାଇଛି। ଯାହାର ତଦନ୍ତ ପାଇଁ ବେଙ୍ଗାଲୁରୁର ପୁଲିସକୁ ଅପେକ୍ଷା କରାଯାଇଛି। ତେବେ ତଦନ୍ତ ପରେ ହତ୍ୟାକାଣ୍ଡ ଓ ଆତ୍ମହତ୍ୟାର କାରଣ ସମ୍ପର୍କରେ ତଥ୍ୟ ଦିଆଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories