www.samajalive.in
Wednesday, December 10, 2025
18.1 C
Bhubaneswar

ଜେଏନ୍‍ୟୁ ଦେଶଦ୍ରୋହ ମାମଲା: କହ୍ନେୟାଙ୍କ ସମେତ ୧୦ ଜଣଙ୍କ ବିରୋଧରେ ଅଭିଯୋଗଫର୍ଦ ଦାଖଲ

ନୂଆଦିଲ୍ଲୀ : ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ)ରେ ଦେଶ ବିରୋଧୀ ସ୍ଲୋଗାନ ତଥା ଦେଶଦ୍ରୋହ ମାମଲାରେ ସୋମବାର ଦିଲ୍ଲୀ ପୁଲିସ୍‍ର ସ୍ୱତନ୍ତ୍ର ଶାଖା ପଟିଆଲା ହାଉସ କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରିଛି। ଏହି ଅଭିଯୋଗଫର୍ଦରେ ଜେଏନ୍‍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ସମେତ ୧୦ ଜଣଙ୍କ ନାମ ରହିଛି। କୋର୍ଟ ଏହି ଅଭିଯୋଗଫର୍ଦ ଉପରେ ମଙ୍ଗଳବାର ଶୁଣାଣି କରିବେ। ୩ ବର୍ଷ ଧରି ତଦନ୍ତ ପରେ ପୁଲିସ୍‍ ଅଭିଯୋଗଫର୍ଦ ଏବଂ ଅନ୍ୟାନ୍ୟ ଦସ୍ତାବିଜ୍‍ ଏକ ବାକ୍ସରେ ନେଇ କୋର୍ଟରେ ପହଞ୍ଚିଥିଲା।

କୋର୍ଟରେ ଦାଖଲ ଅଭିଯୋଗଫର୍ଦ ୧୨୦୦ ପୃଷ୍ଠାର ବୋଲି ଜଣାପଡିଛି। ଏଥିରେ ପୁଲିସ୍‍ ଅଭିଯୁକ୍ତ କହ୍ନେୟା କୁମାର ଏବଂ ଅନ୍ୟ ଅଭିଯୁକ୍ତଙ୍କ ଦ୍ୱାରା ଦିଆଯାଇଥିବା ୧୨ଟି ସ୍ଲୋଗାନ ଉଲ୍ଲେଖ କରିଛି। ଏହି ସ୍ଲୋଗାନଗୁଡ଼ିକ ମଧ୍ୟରେ ‘ହମ ଲେକର ରହେଙ୍ଗେ ଆଜାଦୀ…, ସଂଗବାଜୀ ୱାଲି ଆଜାଦୀ…, ଭାରତ ତେରେ ଟୁକଡେ ହୋଙ୍ଗେ…, କାଶ୍ମୀର କି ଆଜାଦୀ ତକ ଜଙ୍ଗ ରହେଗା…, ଭାରତ ମୁଲ୍କ କୋ ଏକ ଝଟକା ଅର ଦୋ…, ଭାରତ କୋ ଏକ ରଗଡ଼ା ଅର ଦୋ…, ତୁମ୍‍ କିତନେ ମକବୁଲ ମରୋଗେ.. ଇଣ୍ଡିଆ ଆର୍ମି କୋ ଦୋ ରଗଡ଼ା…, ଆଦି ଅନ୍ତର୍ଭୁକ୍ତ ରହିଛି। ଅଭିଯୋଗଫର୍ଦରେ ଜେଏନ୍‍ୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାରଙ୍କ ସହ ସୟଦ ଉମର ଖାଲିଦ୍‍, ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଆକିବ ହୁସୈନ, ମୁଜୀବ ହୁସୈନ, ମୁନିବ ହୁସୈନ, ଉମର ଗୁଲ, ରଇଜ ରସୁଲ, ବଶରତ ଅଲ୍ଲୀ ଏବଂ ଖାଲିଦ ବଶୀର ଭଟ୍ଟଙ୍କ ନାମ ରହିଛି।

- Advertisement -

ଏହି ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସିଆରପିସିର ଏଭଳି ଧାରାରେ ରହିଛି ଯେ ବୟାନ ବଦଳାଇଲେ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। ପୁଲିସ୍‍ ଫରେନ୍ସିକ୍‍ ଏବଂ ଫେସ୍‍ବୁକ୍‍ ଜରିଆରୁ ତଥ୍ୟ ସଂଗ୍ରହ କରିଥିବା ସୂଚନା ମିଳିଛି। ଭାରତୀୟ ପିଙ୍ଗଳ କୋର୍ଡ଼ (ଆଇପିସି) ଧାରା ୧୨୪ (କ), ୩୨୩, ୪୬୫, ୧୪୩, ୧୪୯, ୧୨୦ (ଖ) ଅନୁସାରେ ଅଭିଯୋଗଫର୍ଦ ଦାଖଲ କରାଯାଇଛି।

ଅପରପକ୍ଷରେ କହ୍ନେୟା କୁମାର ନିର୍ବାଚନ ସମୟରେ ଅଭିଯୋଗଫର୍ଦ ଦାଖଲକୁ ରାଜନୈତିକ ଆକ୍ରୋଶ ବୋଲି କହିଛନ୍ତି। ତେବେ ଦେଶର ନ୍ୟାୟପାଳିକା ଉପରେ ତାଙ୍କର ଅସ୍ଥା ରହିଛି ଓ ସେ ନ୍ୟାୟ ପାଇବେ ବୋଲି କହିଛନ୍ତି। ସୂଚନା ଅନୁସାରେ ଦିଲ୍ଳୀ ପୁଲିସ୍‍ ଏକ ବାକ୍ସରେ ଅଭିଯୋଗଫର୍ଦ ନେଇ ପଟିଆଲା ହାଉସ କୋର୍ଟକୁ ଯାଇଥିଲା। ତଦନ୍ତ ଅନୁଯାୟୀ କହ୍ନେୟା କୁମାର ୨୦୧୬ ଫେବୃଆରୀ ୯ ସନ୍ଧ୍ୟାରେ ପ୍ରଦର୍ଶନକାରୀଙ୍କ ନେତୃତ୍ୱ ନେଇଥିଲେ। ଜେଏନ୍‍ୟୁ ପରିସରରେ ଏଭଳି କୌଣସି ଗତିବିଧି ବା କାର୍ଯ୍ୟକ୍ରମ କରିବା ପାଇଁ ଅନୁମତି ନିଆଯାଇନଥିଲା। ଏପରିକି କାର୍ଯ୍ୟକ୍ରମ ମଝିରେ ସେମାନଙ୍କୁ ଅଟକାଯାଇଥିଲା ଓ ଏଭଳି କାର୍ଯ୍ୟକ୍ରମ ପାଇଁ ତାଙ୍କ ପାଖରେ ଅନୁମତି ନଥିବା ଦର୍ଶାଯାଇଥିଲା। ଏହାପରେ ବି ସେମାନେ କାର୍ଯ୍ୟକ୍ରମ ଚାଲୁ ରଖିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories