www.samajalive.in
Monday, December 8, 2025
17.1 C
Bhubaneswar

ବୟାନ ପ୍ରତ୍ୟାହାର କଲେ କଙ୍ଗନା; କୃଷି ଆଇନ ନେଇ ସମାଲୋଚନା ପରେ ଏମିତି କହିଲେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଲୋକସଭା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରି ପୂର୍ବରୁ ଦେଇଥିବା ବୟାନକୁ ପ୍ରତ୍ୟାହାର କରିଛନ୍ତି କଙ୍ଗନା। ସେ କହିଛନ୍ତି କୃଷି ଆଇନକୁ ନେଇ ମୁଁ ଦେଇଥିବା ମନ୍ତବ୍ୟ ପାଇଁ କିଛି ଲୋକମାନେ ନିରାଶ ହେବାସହ କ୍ଷୋଭ ପ୍ରକାଶ କରିଛନ୍ତି। ମୋତେ ଧ୍ୟାନ ରଖିବାକୁ ପଡ଼ିବ ଯେ ମୁଁ ଏବେ କେବଳ ଅଭିନେତ୍ରୀ ନୁହେଁ, ବିଜେପିର କାର୍ଯ୍ୟକର୍ତ୍ତା ଅଟେ। ମୁଁ ଦେଇଥିବା ବୟାନ ପ୍ରତ୍ୟାହାର କରୁଛି।
ଏକ୍ସରେ ଭିଡ଼ିଓ ପୋଷ୍ଟ କରି କଙ୍ଗନା କହିଛନ୍ତି ଯେ ମିଡ଼ିଆରେ ଏକ ପ୍ରଶ୍ନରେ ଉତ୍ତର ଦେଇ ମୁଁ କହିଥିଲି ଯେ କୃଷି ଆଇନ କାର୍ଯ୍ୟକାରୀ କରିବାକୁ କୃଷକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିବା ଉଚିତ୍‌‌। ମୋ କଥାରୁ ଅନେକ ଲୋକ ନିରାଶ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି। କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ଧ୍ୟାନ ଦେବାକୁ ପଡ଼ିବ ଯେ ମୁଁ ଆଉ ଏବେ କେବଳ ଜଣେ ଅଭିନେତ୍ରୀ ନୁହେଁ। ମୁଁ ମଧ୍ୟ ବିଜେପିର କର୍ମୀ ଅଟେ। ମୋର ମତ ମୋ ନିଜର ହେବା ଉଚିତ ନୁହେଁ, ମୋ ମତରେ ଦଳର ଆଭିମୁଖ୍ୟ ରହିବା ଦରକାର। ମୋ କଥାରେ କିମ୍ବା ଚିନ୍ତାଧାରାରେ କାହାକୁ ନିରାଶ କରିଛି, ତେବେ ଏଥିପାଇଁ ଗଭୀର ଦୁଃଖିତ। ମୁଁ ମୋ କଥାକୁ ପ୍ରତ୍ୟାହାର କରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories