ଆସୁଛି ଦୁର୍ଗାପୂଜା, ହାଇକୋର୍ଟଙ୍କ ନିର୍ଦେଶ ପରେ ସିଏମସି ତତ୍ପର

କଟକ: ଆସୁଛି ଦୁର୍ଗାପୂଜା। ହାଇକୋର୍ଟ ନିୟମ ଅନୁଯାୟୀ ସେପ୍ଟେମ୍ବର ୨୬ ପୂର୍ବରୁ  କଟକର ସମସ୍ତ ରାସ୍ତା  ମରାମତି କାମ ସରିବ। ଏନେଇ ସ୍ପଷ୍ଟ କରିଛନ୍ତି କଟକ ମହାନଗର ନିଗମ ମେୟର ସୁବାସ ସିଂ। ସିଏମସି ମେୟର ସୁବାସ ସିଂ କହିଛନ୍ତି ଯେ ମା’ ଦୁର୍ଗାଙ୍କ ପୂଜା ସମୟରେ ଯେପରି କୌଣସି ଅସୁବିଧା ନହେବ ସେ ଦିଗରେ ସିଏମସି ଗୁରତ୍ବ ଦେଇଛି। ଶାନ୍ତିଶୃଙ୍ଖଳାର ସହ କିଭଳି କଟକ ସହରରେ ଦୁର୍ଗୋତ୍ସବ ସମ୍ପନ୍ନ ହେବ ସେଥିନେଇ ସିଏମସି ପକ୍ଷରୁ ବିଭିନ୍ନ ସମୟରେ ପୂଜା କମିଟିଗୁଡ଼ିକ ସହିତ ଆଲୋଚନା ଜାରି ରଖିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.