www.samajalive.in
Monday, December 8, 2025
13.1 C
Bhubaneswar

ଝାଡ଼ାବାନ୍ତି ଓ ଜ୍ବରରେ ୫ଜଣଙ୍କ ମୃତ୍ୟୁ ପରେ ଲାମ୍ବେରି ଗ୍ରାମକୁ ବିଧାୟକଙ୍କ ଗସ୍ତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଲାମ୍ବେରି ଗ୍ରାମକୁ ଗସ୍ତ କରିଛନ୍ତି ବିଧାୟକ ନୀଳମାଧବ ହିକକା। ଲାମ୍ବେରି ଗ୍ରାମରେ ଝାଡାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇ ବର୍ତ୍ତମାନସୁଦ୍ଧା ୫ଜଣଙ୍କ ମୃତ୍ୟୁ ଘଟିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ବିଷମକଟକ ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧବ ହିକକା ଏହି ଗ୍ରାମକୁ ଗସ୍ତ କରିଛନ୍ତି। ମୃତ ପରିବାରକୁ ସାନ୍ତ୍ୱନା ଦେବାସହ ଗ୍ରାମର ସମସ୍ୟା, କେଉଁ କାରଣରୁ ଲୋକଙ୍କ ମୃତ୍ୟୁ ହୋଇଛି ଲୋକଙ୍କଠାରୁ ପଚାରି ବୁଝିଥିଲେ। ମୁଖ୍ୟତଃ ପାନୀୟ ଜଳ ସମସ୍ୟା ରହିଛି। ଏହି ସମସ୍ୟା କିପରି ଦୂର ହୋଇପାରିବ ସେ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ମୃତ ୫ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ସରକାରଙ୍କୁ ଗୁହାରି କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଲାମ୍ବେରି ଯିବାବେଳେ ଶିକରପାଇରେ କଂଗ୍ରେସ ଦଳର ବରିଷ୍ଠ ନେତା ମୃତ ଗେମ୍ବାଲି ରାଜୁଲୁଙ୍କ ଘରକୁ ଯାଇ ସମବେଦନା ଜଣାଇଥିଲେ। ବିଧାୟକଙ୍କ ଗସ୍ତ ସମୟରେ ବ୍ଲକ ସଭାପତି ନାଗେଶ ରାଓ, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ଗୁଡୁଲ୍ଲା ପ୍ରସାଦ ରାଓ, ଏସସି ସେଲର ସଭାପତି ଚିତ୍ତରଞ୍ଜନ ଗାଣ୍ଟା, ସେରିଗୁମ୍ମା ପଞ୍ଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର କରକରିଆ ଓ ଦଳୀୟ କର୍ମୀ, ନେତାଙ୍କ ସମେତ ପୁଲିସ ଉପସ୍ଥିତ ଥିଲେ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories