www.samajalive.in
Monday, December 8, 2025
24.1 C
Bhubaneswar

ସାମ୍‌ସଙ୍ଗ୍‌ ପୂର୍ବରୁ ଆସିଲା ପେବଲ୍‌ର ସ୍ମାର୍ଟ ରିଙ୍ଗ୍‌: ଦାମ୍‌ କମ୍‌, ଫିଚର ଜବରଦସ୍ତ

ସମାଜ ଡିଜିଟାଲ ଡେସ୍କ: ପେବଲ୍ ଆଣିଛି ନୂଆ ସ୍ମାର୍ଟ ରିଙ୍ଗ୍। Pebble IRIS ସ୍ମାର୍ଟ ରିଙ୍ଗ୍‌ ଲଞ୍ଚ୍‌ ହୋଇଯାଇଛି। ଏହି ଆକର୍ଷଣୀୟ ତଥା ଷ୍ଟାଇଲିସ୍ ସ୍ମାର୍ଟ ରିଙ୍ଗ୍‌ର ବିଶେଷତ୍ଵ ହେଉଛି ଏହାର ଦାମ୍। Pebble IRIS ସ୍ମାର୍ଟ ରିଙ୍ଗ୍‌କୁ ୫୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଛି। ଏହି ସ୍ମାର୍ଟ ରିଙ୍ଗ୍‌ pebblecart.comରେ ଉପଲବ୍ଧ। ଏଠାରେ ସୂଚନାଯୋଗ୍ୟ, ସାମସଙ୍ଗ ସ୍ମାର୍ଟ ରିଙ୍ଗ୍ ବିଶ୍ୱ ବଜାରରେ ଲଞ୍ଚ୍ ହୋଇଯାଇଛି। ତେବେ ଭାରତରେ ଏହି ରିଙ୍ଗ୍‌ କେବେ ଲଞ୍ଚ୍‌ ହେବ ତାକୁ ଅପେକ୍ଷା କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ପେବଲ୍ ଶସ୍ତା ମୂଲ୍ୟରେ ସ୍ମାର୍ଟ ରିଙ୍ଗ୍ ଲଞ୍ଚ କରି ସାମସଙ୍ଗକୁ ବଡ଼ ଝଟ୍‌କା ଦେଇଛି।

Pebble IRIS ସ୍ମାର୍ଟ ରିଙ୍ଗ୍‌ର ଫିଚର:

- Advertisement -

Pebble IRIS ସ୍ମାର୍ଟ ରିଙ୍ଗ୍‌ରେ ୨୪ ଘଣ୍ଟିଆ କନେକ୍ଟିଭିଟି ମିଳିବ। ଏହାକୁ ସହଜରେ ସ୍ମାର୍ଟଫୋନ୍‌ ସହ କନେକ୍ଟ କରିହେବ। ଏହାଦ୍ଵାରା ଆପଣ ସ୍ମାର୍ଟଫୋନର ସୀମିତ ଫିଚରଗୁଡିକୁ ରିଙ୍ଗରେ ଆକ୍ସେସ୍ କରିପାରିବେ। କମ୍ପାନୀର ଦାବି ଅନୁସାରେ, ପେବଲ୍ ସ୍ମାର୍ଟ ରିଙ୍ଗ୍ ସାହାଯ୍ୟରେ ଜଣେ ସହଜରେ ଭିଡିଓକୁ ସ୍କ୍ରଲ୍ କରିପାରିବେ। ଏଥିସହ ମ୍ୟୁଜିକକୁ ମଧ୍ୟ କଂଟ୍ରୋଲ କରିହେବ। ଏଥିରେ ସ୍ଲାଇଡ୍ ନେଭିଗେସନ୍ ଏବଂ ପେଜ୍ ଫ୍ଲିପିଙ୍ଗ୍‌ ଭଳି ସୁବିଧା ମିଳିବ। ପେବଲ୍ ସ୍ମାର୍ଟ ରିଙ୍ଗରେ ଏକାଧିକ ସ୍ପୋର୍ଟସ୍‌ ମୋଡ୍ ସହିତ ବଡି ରିକଭରି ଟ୍ରାକିଂର ସୁବିଧା ଦିଆଯାଇଛି। ପେବଲ୍ ଆଇଆରଆଇଏସ ଉନ୍ନତ ସ୍ଲିପ୍ ମନିଟରିଂ ସହିତ ଆସିଥାଏ, ଯାହା ଗଭୀର ନିଦ ସହ ସାମାନ୍ୟ ଆଖି ଲାଗିଯିବା ସମୟରେ ଲଗାତର ଏଚଆରଭି ମନିଟରିଂ ଓ ସ୍ଲିପ୍‌ ମ୍ୟାନେଜମେଣ୍ଟର ସୁବିଧା ଦେଇଥାଏ। ଏହି ସ୍ମାର୍ଟ ରିଙ୍ଗ୍‌ ଆପଣଙ୍କ ଶରୀରର ତାପମାତ୍ରା, ହୃତ୍‌ସ୍ପନ୍ଦନ, କ୍ୟାଲୋରୀ ବର୍ଣ୍ଣ ଓ ରକ୍ତ ଅମ୍ଳଜାନ ସ୍ତରକୁ ଟ୍ରାକ୍‌ କରିଥାଏ। ଅର୍ଥାତ୍ ଏଥରେ ଆପଣଙ୍କ ଆବଶ୍ୟକୀୟ ସମସ୍ତ ଫିଟନେସ୍ ଓ ହେଲ୍‌ଥ ଫିଚର୍‌ ଉପଲବ୍ଧ।

ବ୍ୟାଟେରୀ ବିଷୟରେ କହିବାକୁ ଗଲେ, ପେବଲ୍ ସ୍ମାର୍ଟ ରିଙ୍ଗର ବ୍ୟାଟେରୀ ଆକାର ପ୍ରକାଶ କରାଯାଇ ନାହିଁ। କିନ୍ତୁ କମ୍ପାନୀ ଦାବି କରିଛି ଯେ, ଏହାର ବ୍ୟାଟେରୀ ଲଗାତର ୪ ଦିନ ଯାଏ କାମ କରିବ। ଏଥିରେ ଇନ୍‌ବିଲ୍ଟ ଏସଓଏସ ଫଙ୍କ୍‌ଶନ୍ ସୁରକ୍ଷା ପାଇଁ ଗୁରୁତ୍ଵପୂର୍ଣ୍ଣ। ଏହା ସାହାଯ୍ୟରେ ଜରୁରୀକାଳୀନ ସ୍ଥିତିରେ ଆପଣ କଲ୍‌ କିମ୍ବା ମେସେଜ୍ କରି ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ଜଣାଇପାରିବେ। ଏଭଳି ଫିଚର କିଛି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ଓ ଆଇଫୋନ୍‌ରେ ଦିଆଯାଇଥାଏ।

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories