www.samajalive.in
Tuesday, December 9, 2025
17.1 C
Bhubaneswar

ହେଜବୋଲ୍ଲା ବିରୋଧରେ ଇସ୍ରାଏଲର ଯୁଦ୍ଧ ଆରମ୍ଭ; ଲେବାନନ୍ ସ୍ଥିତ ଏକାଧିକ ଆଡ୍ଡା ଉପରେ ଆକ୍ରମଣ

ତେଲ୍‌ ଆବିଭ୍‌ : ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଛି। ଗାଜାର ହମାସ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ଯୁଦ୍ଧ ଚଳାଇଥିବାବେଳେ ଏବେ ଲେବାନନ୍‌ସ୍ଥିତ ହେଜବୋଲ୍ଲା ବିରୋଧରେ ଆଉ ଏକ ଯୁଦ୍ଧ ଆରମ୍ଭ କରିଛି। ଗୁରୁବାର ଇସ୍ରାଏଲ ହେଜବୋଲ୍ଲାର ଏକାଧିକ ଆଡ୍ଡା ଉପରେ କ୍ଷେପଣାସ୍ତ୍ର ମାଡ କରିବା ସହିତ ଯୁଦ୍ଧ ଆରମ୍ଭ କରିଛି। ଲେବାନନ୍‌ର ରାଜଧାନୀ ବେରୁଟ୍‌ ଉପରେ ମଧ୍ୟ ଇସ୍ରାଏଲର ଯୁଦ୍ଧବିମାନ ସୋନିକ ବୋମା ମାଡ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) କହିଛି ଯେ ଇରାନ ସମର୍ଥିତ ହେଜବୋଲ୍ଲା ସଂଗଠନକୁ ମୂଳପୋଛ କରିବା ଲାଗି ଏହାର ଭିତ୍ତିଭୂମି ଓ ଶକ୍ତିକେନ୍ଦ୍ର ଗୁଡିକ ଉପରେ ଆକ୍ରମଣ ଆରମ୍ଭ ହୋଇଛି।

ଦୀର୍ଘ ଦଶନ୍ଧି ଧରି ହେଜବୋଲ୍ଲା ଦକ୍ଷିଣ ଲେବାନନ୍‌କୁ ଏକ ଯୁଦ୍ଧ କ୍ଷେତ୍ରରେ ପରିଣତ କରି ରଖିଛି। ଏହା ସାଧାରଣ ଜନତାଙ୍କ ଘରକୁ ଅସ୍ତ୍ର ରୂପେ ବ୍ୟବହାର କରୁଛି। ଲୋକଙ୍କ ଘର ତଳେ ସୁଡଙ୍ଗ ଖୋଳି ଏହାର ମଧ୍ୟରେ ନିଜର ଆଡ୍ଡା ଚଳାଇଛି। ତେଣୁ ଏହିସବୁ ଆଡ୍ଡାସ୍ଥଳକୁ ଧ୍ବଂସ କରି ହେଜବୋଲ୍ଲାକୁ ମୂଳପୋଛ କରାଯିବ ବୋଲି ଆଇଡିଏଫ୍‌ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କହିଛି। ମଙ୍ଗଳ ଓ ବୁଧବାର ଦୁଇଦିନ ହେଜବୋଲ୍ଲା ସଦସ୍ୟମାନେ ବ୍ୟବହାର କରୁଥିବା ପେଜର, ୱାକିଟକି ଆଦି ଯୋଗାଯୋଗ ଯନ୍ତ୍ରାଂଶ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ୩୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ହଜାରରୁ ଅଧିକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପାଇଁ ହେଜବୋଲ୍ଲା ଇସ୍ରାଏଲକୁ ଦାୟୀ କରିଛି। ଗୁରୁବାର ହେଜବୋଲ୍ଲା ନେତା ସୟନ ହସନ ନସରଲ୍ଲା ଟେଲିଭିଜନ୍ ବାର୍ତ୍ତାରେ ଇସ୍ରାଏଲକୁ କଡା ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଇସ୍ରାଏଲ ଯେଉଁ ପ୍ରକାର ଆକ୍ରମଣ କରିଛି ତାହା ଆମ ବିରୋଧରେ ଯୁଦ୍ଧ ଘୋଷଣା ସହିତ ସମାନ। ହଜାର ହଜାର ପେଜରକୁ ବିସ୍ଫୋରଣ କରାଯାଇ ଇସ୍ରାଏଲ ଲାଲ ସୀମା ପାର କରିଛି।  ଗତବର୍ଷ ଅକ୍ଟୋବରରୁ ପାଲେଷ୍ଟାଇନର ଗାଜାସ୍ଥିତ ହମାସ ଆତଙ୍କବାଦୀ ବିରୋଧରେ ଇସ୍ରାଏଲ ଯୁଦ୍ଧ ଚଳାଇଛି। ଏହି ଯୁଦ୍ଧରେ ହଜାର ହଜାର ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇବା ସହିତ ଅନେକ ଆହତ ହେଲେଣି। ଯୁଦ୍ଧ ଯୋଗୁଁ ଗାଜାରେ ଏବେ ହାହାକାର ଲାଗି ରହିଛି। ହେଜବୋଲ୍ଲାର ପେଜର ଓ ୱାକିଟକି ବିସ୍ଫୋରଣ ପାଇଁ ବିଭିନ୍ନ ରାଷ୍ଟ୍ରର ସୁରକ୍ଷା ଏଜେନ୍ସି ଇସ୍ରାଏଲକୁ ଦାୟୀ କରିଛନ୍ତି। ମାତ୍ର ଇସ୍ରାଏଲ ଏହାକୁ ଅଗ୍ରାହ୍ୟ କରି ନାହିଁ କି ସ୍ବୀକାର କରି ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories