www.samajalive.in
Wednesday, December 10, 2025
26.1 C
Bhubaneswar

ମାନସିକ ରୋଗକୁ ନେଇ ସଚେତନତା କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାନସିକ ରୋଗକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ମାନସିକ ସ୍ୱାସ୍ଥ୍ୟ ସହାୟକପୂର୍ଣ୍ଣ କାଦମ୍ବାଲୁ, ସମୀରିଜିତ ଖୁଣ୍ଟିଆ, ଗୋଷ୍ଠୀ ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରବି ନାରାୟଣ ଦାସ, ଶିକ୍ଷକ ରାମଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମାନସିକ ରୋଗ ଲକ୍ଷଣ ଓ ପ୍ରତିକାର ବିଷୟରେ ସଚେତନତା କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ମାନସିକ ରୋଗ ହେଲେ ପାଠପଢାରେ ମନଲାଗିବ ନାହିଁ, ବିରକ୍ତ ସଭାବ, ଶାରୀରିକ, ସାମାଜିକ, ଶିକ୍ଷା ଜନିତ ସମସ୍ୟା ହେବ ଏବଂ ସେମାନେ ଏହାକୁ ଲୁଚାଇ ରଖୁଛନ୍ତି। ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକମାନଙ୍କୁ କହିବାକୁ ଡରୁଛନ୍ତି। ଏଥି ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟେଲିମାନସ ଟୋଲ ଫ୍ରି ନମ୍ବର୧୪୪୧୬ରେ ଗୁପ୍ତ ଭାବରେ ଯୋଗାଯୋଗ କରିବା ପାଇଁ ସଚେତନ କରିଥିଲେ। ଏହାକୁ ଗୋଷ୍ଠି ଜନ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ଜିଲା ଅଧିକାରୀଙ୍କୁ ସହଯୋଗ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories