ନର୍ଲା: କଳାହାଣ୍ଡି ଜିଲାର ନର୍ଲା ବ୍ଲକ ଘୋଡ଼ାବନ୍ଧ ଗ୍ରାମର ପୁଅ ତଥା ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲ ଲାଞ୍ଜିଗଡ଼ରେ ଅଧ୍ୟୟନରତ ୭ମ ଶ୍ରେଣୀର ଛାତ୍ର ଓମକାର ମାଝୀ ସିବିଏସଇ ଜୋନାଲ ତୀରନ୍ଦାଜ ପ୍ରତିଯୋଗିତାରେ ଚମ୍ପିଆନ୍ ହୋଇଛନ୍ତି। ୧୪ ବର୍ଷରୁ କମ୍ ପ୍ରତିଯୋଗିତାରେ ଓମକାର ଜିଲା ତଥା ରାଜ୍ୟକୁ ଗୌରବାନ୍ବିତ କରିଛନ୍ତିି। କୋଚ୍ ସୀମାଞ୍ଚଳ କାଡ୍ରାକାଙ୍କଠାରୁ ତୀରନ୍ଦାଜ ଶିକ୍ଷା ଗ୍ରହଣ କରି ସେ ସଫଳତା ପାଇଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। ରଙ୍ଗଟ ପବ୍ଲିକ ସ୍କୁଲ ଛତିଶଗଡ଼ ଦୁର୍ଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓମକାର ଭାଗ ନେଇଥିଲେ। ତାଙ୍କର ଏହି ସଫଳତା ଅଞ୍ଚଳରେ ଖୁସିର ଲହରୀ ଖେଳାଇ ଦେଇଛି।
Popular Categories



