www.samajalive.in
Saturday, December 6, 2025
26.1 C
Bhubaneswar

ସାଓମିର କମାଲ୍: ଆପଲ୍‌କୁ ପଛରେ ପକାଇ ବିଶ୍ଵରେ ୨ ନମ୍ବର

ସମାଜ ଡିଜିଟାଲ ଡେସ୍କ: ପଛରେ ପଡ଼ିଲା ଆପଲ୍ ଆଇଫୋନ। ବଜାରରେ ଏକପାଖିଆ ପ୍ରାଧାନ୍ୟ ବିସ୍ତାର କରିଥିବା ଆପଲ୍ ଆଇଫୋନକୁ ପଛରେ ପକାଇଛି ସାଓମି। ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିକ୍ରୟ କ୍ଷେତ୍ରରେ ଆପଲକୁ ପଛରେ ପକାଇଛି ସାଓମି। ଅଗଷ୍ଟ ୨୦୨୪ରେ ସ୍ମାର୍ଟଫୋନ୍ ବିକ୍ରି କ୍ଷେତ୍ରରେ ଆପଲ୍‌କୁ ପଛରେ ପକାଇ ବିଶ୍ୱସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ସାଓମି। ଅଗଷ୍ଟ ୨୦୨୧ ପରଠାରୁ ବ୍ରାଣ୍ଡ ପ୍ରଥମ ଥର ପାଇଁ ଏହି ସ୍ଥାନ ହାସଲ କରିଛି। ଇତି ମଧ୍ୟରେ ଆପଲର ବିକ୍ରି ଯଥେଷ୍ଟ ହ୍ରାସ ପାଇଛି।

ସ୍ମାର୍ଟଫୋନ୍ ୩୬୦ ମନ୍ଥଲୀ ଟ୍ରାକରରେ ସାଓମିକୁ ଚଳିତ ବର୍ଷର ସର୍ବାଧିକ ଦ୍ରୁତ ଗତିରେ ବଢୁଥିବା ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି। ସାଓମି ଚଳିତ ବର୍ଷ ଏକ ଚତୁର ଉତ୍ପାଦ ରଣନୀତି ଆପଣାଇଛି। ଗୋଟିଏ ସେଗ୍‌ମେଣ୍ଟରେ ଏକାଧିକ ଡିଭାଇସ୍‌ ଲଞ୍ଚ୍ କରିବା ପରିବର୍ତ୍ତେ ପ୍ରତ୍ୟେକ ମୂଲ୍ୟ ବିଭାଗରେ ଗୋଟିଏ ହିରୋ ମଡେଲ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଥିବା କାଉଣ୍ଟରପଏଣ୍ଟ ରିସର୍ଚ୍ଚର ରିସର୍ଚ୍ଚ ଡାଇରେକ୍ଟର ତରୁଣ ପାଠକ କହିଛନ୍ତି।

- Advertisement -

କମ୍ ମୂଲ୍ୟର ସେଗମେଣ୍ଟରେ ସାଓମିର ସଫଳତା ବିଶେଷ ଭାବରେ ପରିଲକ୍ଷିତ ହୋଇଛି। ରେଡମି ୧୩ ଏବଂ ନୋଟ୍ ୧୩ ସିରିଜର ଲୋକପ୍ରିୟତା ଏହାକୁ ବଜାରରେ ବିସ୍ତାର ହେବାରେ ସାହାଯ୍ୟ କରିଛି। ଏହି ସୁଲଭ ୫ଜି ଡିଭାଇସ୍‌ ଭାରତ, ଲାଟିନ୍ ଆମେରିକା, ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ପ୍ରାଚ୍ୟ ଏବଂ ଆଫ୍ରିକାରେ ବେଶ୍ ଲୋକପ୍ରିୟତା ହାସଲ କରିଛି। ସେପ୍ଟେମ୍ବର ମାସରେ ନୂଆ ଆଇଫୋନ୍‌ ସିରିଜ୍‌ ଲଞ୍ଚ୍‌ ହେବା ପୂର୍ବରୁ ଆପଲ୍‌ର ବିକ୍ରିରେ ଦେଖା ଦେଇଥିବା ହ୍ରାସ ଯୋଗ ସାଓମିକୁ ଏହି ସଫଳତା ମିଳିଛି। ତେବେ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ ହେବା ପରେ ବ୍ରାଣ୍ଡ ପୁନର୍ବାର ଦ୍ୱିତୀୟ ସ୍ଥାନକୁ କିମ୍ବା ଏହା ଉପରକୁ ଉଠିପାରେ, କିନ୍ତୁ ବିଶ୍ଳେଷକମାନଙ୍କ କହିବାନୁସାରେ, ଏପରି ନ ହେବାର ସମ୍ଭାବନା ମଧ୍ୟ ରହିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories