www.samajalive.in
Wednesday, December 10, 2025
18.1 C
Bhubaneswar

ହିଜବୁଲ୍ଲା ପେଜର ବିସ୍ଫୋରଣରେ ୮ ମୃତ, ହଜାର ହଜାର ଆହତ

ଡେସ୍କ: ଲେବନାନର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର କହିଛନ୍ତି ଯେ ହିଜବୁଲ୍ଲା ସୈନିକଙ୍କ ପେଜର ଡିଭାଇସ୍ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ହଜାର ୮୦୦ ଜଣ ଆହତ ହୋଇଛନ୍ତି।

ଗତ କିଛି ସପ୍ତାହ ମଧ୍ୟରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି, ଯାହାକୁ ନେଇ ଆମେରିକୀୟ ଅଧିକାରୀମାନେ ଅତ୍ୟନ୍ତ ଚିନ୍ତିତ ଅଛନ୍ତି। ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲେ ମଧ୍ୟ ଇସ୍ରାଏଲର ଗୁଇନ୍ଦା ବିଭାଗ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ପେଜର ବିସ୍ଫୋରଣ ପାଇଁ ସରକାର ଇସ୍ରାଏଲକୁ ଦାୟୀ କରୁଥିବା ବେଳେ ଏବଂ ଏହି ଆକ୍ରମଣକୁ ଲେବନାନର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ବିବେଚନା କରୁଛନ୍ତି ବୋଲି ଲେବାନନ ସରକାରଙ୍କ ମୁଖପାତ୍ର କହିଛନ୍ତି।

- Advertisement -

ଅନ୍ୟ ପକ୍ଷରେ ହିଜବୁଲ୍ଲା ଏକ ସରକାରୀ ବିବୃତିରେ କହିଛି ଯେ ଏହାର ଅନେକ ସାମରିକ ୟୁନିଟ୍ ଏବଂ ଅନୁଷ୍ଠାନର ସଦସ୍ୟଙ୍କ ଦ୍ୱାରା ବ୍ୟବହୃତ ପେଜର ବିସ୍ଫୋରଣ ହୋଇଛି। ଘଟଣା ସମ୍ପର୍କରେ ଅବଗତ ଥିବା ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିଲିସିଆର ବରିଷ୍ଠ ଅଧିକାରୀଙ୍କ ସମେତ ହିଜବୁଲ୍ଲା ସଦସ୍ୟମାନେ ଏହି ପେଜରକୁ ବ୍ୟାପକ ଭାବେ ବ୍ୟବହାର କରୁଥିଲେ।

ଲେବନାନର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୦ ଲୋକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ହିଜବୁଲ୍ଲାର ଶତାଧିକ ସଦସ୍ୟ ଆହତ ହୋଇଛନ୍ତି। ଗୋଟିଏ ବିସ୍ଫୋରଣରେ ଲେବାନନରେ ଥିବା ଇରାନର ରାଷ୍ଟ୍ରଦୂତ ସାମାନ୍ୟ ଆହତ ହୋଇଥିବା ବେରୁତସ୍ଥିତ ଇରାନ ଦୂତାବାସ ପକ୍ଷରୁ କୁହାଯାଇଛି।

ଲେବାନନର ସିସିଟିଭିରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଅନେକ ବିସ୍ଫୋରଣ ଦେଖିବାକୁ ମିଳିଛି। ଲେବନାନର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ ଡାକ୍ତରଖାନାରୁ ଖବର ପ୍ରକାଶ ପାଇଛି, ଯେଉଁଠାରେ ଅନେକ ଆହତଙ୍କ ଅଣ୍ଟା ଓ ଗୋଡ଼ରେ ଆଘାତ ଲାଗି ଚିକିତ୍ସିତ ହେଉଛନ୍ତି। ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ଥିବା ଅଭିଯୋଗ କରି ହିଜବୁଲ୍ଲା ଏକ ବିବୃତ୍ତିରେ କହିଛି ଯେ ଏହି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି।

ହିଜବୁଲ୍ଲା ସଂପୃକ୍ତ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଲେବାନନର ଏକାଧିକ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକଙ୍କ ମୁକାବିଲା ପାଇଁ ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହସ୍ପିଟାଲଗୁଡ଼ିକୁ ହାଇ ଆଲର୍ଟରେ ରଖିଛି ଏବଂ ପେଜର ବ୍ୟବହାର କରୁଥିବା ନାଗରିକମାନଙ୍କୁ ସେଗୁଡିକୁ ଫିଙ୍ଗି ଦେବାକୁ ଅନୁରୋଧ କରିଛି।

ସୂଚନା ଯୋଗ୍ୟ, ସୋମବାର ଦିନ ଆମେରିକୀୟ ରାଷ୍ଟ୍ରଦୂତ ଆମୋସ୍ ହୋଚଷ୍ଟାଇନ ଇସ୍ରାଏଲ ଗସ୍ତ କରି ନେତାନ୍ୟାହୁଙ୍କୁ ଚେତାବନୀ ଦେଇଥିଲେ ଯେ ଲେବନାନରେ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ଆରମ୍ଭ କଲେ ଭୟଙ୍କର ପରିଣାମ ହୋଇପାରେ।
ଅକ୍ଟୋବର ୮ ତାରିଖରେ ହିଜବୁଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ସେମାନେ ଛାଡ଼ି ଯାଇଥିବା ଉତ୍ତର ସୀମାରେ ବିସ୍ଥାପିତ ଇସ୍ରାଏଲବାସୀଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିବା ପାଇଁ ଇସ୍ରାଏଲ ପଦକ୍ଷେପ ନେବା ଉଚିତ ବୋଲି ନେତାନ୍ୟାହୁ କହିଛନ୍ତି।

Hot this week

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

Related Articles

Popular Categories