www.samajalive.in
Monday, December 8, 2025
24.1 C
Bhubaneswar

ସୌର ବିମାନ ତିଆରି କଲେ ଭାରତୀୟ ବୈଜ୍ଞାନିକ, ୯୦ ଦିନ ପର୍ଯ୍ୟନ୍ତ ଉଡ଼ିପାରିବ

ବେଙ୍ଗାଲୁରୁ: ଭାରତୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି ସୌର ବିମାନ। ଯୁଦ୍ଧ ସମୟରେ ଶତ୍ରୁ ଉପରେ ନଜର ରଖିବା ଏବଂ ପର୍ଯ୍ୟବେକ୍ଷଣ ପାଇଁ ତିଆରି ହୋଇଛି ଏହି ସୌର ବିମାନ। ଏହି ବିମାନ ଲଗାତର ୯୦ ଦିନ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ। ଏହାର ବିଶେଷତ୍ୱ ​​ହେଉଛି, ଏହା ଶତ୍ରୁ ଉପରେ ନଜର ରଖିବା ସହିତ ନିର୍ଦିଷ୍ଟ ଓଜନର ଜିନିଷପତ୍ର ବହନ କରିବାକୁ ସକ୍ଷମ।

ନେସନାଲ ଏରୋସ୍ପେସ୍ ଲାବୋରେଟୋରୀଜ୍(ଏନଏଏଲ) ବେଙ୍ଗାଲୁରୁ ବୈଜ୍ଞାନିକମାନେ ଏହାର ପରୀକ୍ଷଣ କରୁଛନ୍ତି। ବୈଜ୍ଞାନିକମାନେ ଏହାକୁ ୧୦ ଘଣ୍ଟା ପର୍ଯ୍ୟନ୍ତ ସଫଳତା ପୂର୍ବକ ଉଡ଼ାଇ ପରୀକ୍ଷଣ ମଧ୍ୟ କରିଛନ୍ତି। ଏନଏଏଲ ଦ୍ୱାରା ବିକଶିତ ଏହି ସୌର ବିମାନ ସଂପୂର୍ଣ୍ଣ ମାନବବିହୀନ। ଏହା ୧୭-୨୦ କିଲୋମିଟର ଉଚ୍ଚରେ ଉଡ଼ିବା ସହ ଦିନରାତି ଆକାଶରେ କାର୍ଯ୍ୟ କରିବାରେ ସକ୍ଷମ। ଏନଏଏଲ ଅନୁଯାୟୀ, ସୌର ବିମାନ ଯୁଦ୍ଧ ସମୟରେ ନିରନ୍ତର ନଜର ରଖିବା ସହିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ଭାବରେ କାର୍ଯ୍ୟ କରିପାରିବ।

- Advertisement -

ଏନଏଏଲର ଏଚଏପିଏସ ପ୍ରୋଗ୍ରାମ ମୁଖ୍ୟ ଡକ୍ଟର ଏଲ୍ ଭେଙ୍କଟକ୍ରିଷ୍ଣନ୍ କହିଛନ୍ତି ଯେ, ସୌର ବିମାନ ଆକାଶରେ ରହି ନଜର ରଖିବାରେ ସକ୍ଷମ। ଏହା ଏକ ସାଟେଲାଇଟ୍‌ ତୁଳନାରେ ବହୁତ ଶସ୍ତା। ପରୀକ୍ଷଣ ସମୟରେ ବିମାନଟି ସାଢେ ଆଠ ଘଣ୍ଟାରୁ ଅଧିକ ସମୟର ଉଡ଼ାଣ କ୍ଷମତା ସହିତ ସମସ୍ତ ମାନଦଣ୍ଡ ପୂରଣ କରିଛି।​​ ସେ କହିଛନ୍ତି, ଏହି ବିମାନର ଏକ କିଲୋଗ୍ରାମର ଭାର ସହିତ ୨୪ ଘଣ୍ଟାର ଉଡ଼ାଣ କ୍ଷମତା ରହିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories