www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ବାମୀ ବିବେକାନନ୍ଦଙ୍କ ଅମୂଲ୍ୟ ବାର୍ତ୍ତା

ନିଜର ସୁଚିନ୍ତା ଦ୍ବାରା ଭାରତବର୍ଷରେ ପରିଚିତ ସ୍ବାମୀ ବିବେକାନନ୍ଦଙ୍କର ଆଜି ହେଉଛି ଜନ୍ମ ଦିବସ। ସ୍ବାମୀ ବିବେକାନନ୍ଦଙ୍କର ଜନ୍ମ ୧୮୬୩ମସିହା ଜାନୁଆରୀ ୧୨ତାରିଖରେ ହୋଇଥିଲା। ତାଙ୍କ ଜନ୍ମ ଦିନକୁ ସାରା ଭାରତବର୍ଷରେ ପାଳନ କରାଯାଏ। ସେ ରାମକୃଷ୍ଣ ପରମହଂସଙ୍କର ପରମ ଶିଷ୍ୟ ଥିଲେ।

ସେ ରାଷ୍ଟ୍ରଭକ୍ତ ଥିଲେ। ରାଷ୍ଟ୍ର ପ୍ରତି ତାଙ୍କର ଅଗାଧ ଭଲ ପାଇବା ରହିଥିଲା। ସେ ସମସ୍ତଙ୍କର ସହାୟତା କରିବାକୁ କେବେ ପଛଘୁଞ୍ଚା ଦେଉନଥିଲେ। ମାନବ ସେବାକୁ ମାଧବ ସେବା ରୂପେ ସେ ଆପଣେଇ ନେଇଥିଲେ। ଆଜି ମଧ୍ୟ ସ୍ବାମୀ ବିବେକାନନ୍ଦ ଅନେକ ଯୁବପିଢିଙ୍କର ପ୍ରେରଣା ଦାତା ଭାବେ ପରିଚିତ। ତାଙ୍କ ଦ୍ବାରା ଦିଆଯାଇଥିବା କିଛି ବାର୍ତ୍ତା ଆପଣମାନଙ୍କ ଜୀବନର ମାର୍ଗ ବଦଳାଇବାରେ ସହାୟକ ହୋଇଥାଏ।

- Advertisement -

ଆସନ୍ତୁ ଜାଣିବା ସେହି ବାର୍ତ୍ତା ଗୁଡିକ କ’ଣ ..

୧. ଯେଉଁ ସମୟରେ ଯେଉଁ କାର୍ଯ୍ୟ କରିବାକୁ ସଙ୍କଳ୍ପ ନେଉଛନ୍ତି, ତାହାକୁ ସେହି ସମୟରେ ହିଁ ସମାପ୍ତ କରି ଦିଅନ୍ତୁ। ନଚେତ ଲୋକମାନେ ଆପଣଙ୍କ ଉପରେ ବିଶ୍ବାସ କରିବେ ନାହିଁ।

୨. ଜୀବନରେ ଅନେକ ସମ୍ପର୍କର ଆବଶ୍ୟକତା ନାହିଁ। ଯେଉଁ ସମ୍ପର୍କରେ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ତାକୁ ସର୍ବଦା ଉଦଜୀବିତ କରିବାକୁ ଚେଷ୍ଟା କରନ୍ତୁ।

୩. ଦିନରେ ନିଜ ସହ ଯାହା ବି ହେଲେ କଥା ହୁଅନ୍ତୁ, ନହେଲେ ଆପଣ ଦୁନିଆର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତି ସହ କଥା ହେବାର ସୁଯୋଗ ହାତ ଛଡା କରିଦେବେ।

୪. ହୃଦୟ ଓ ମସ୍ତିଷ୍କ ମଧ୍ୟରେ ସର୍ବଦା ନିଜ ହୃଦୟର କଥା ଶୁଣିବା ଉଚିତ।

୫. ନିଜକୁ କଦାପି ଦୁର୍ବଳ ଭାବିବା ଅନୁଚିତ। ଏପରି ଭାବିବା ସବୁଠାରୁ ବଡ ପାପ ଅଟେ।

୬. ସର୍ବଦା ଜାଗ୍ରତ ରୁହ। ଯେତେବେଳ ପର୍ଯ୍ୟନ୍ତ ତୁମେ ତୁମ ଲକ୍ଷ୍ୟରେ ନ ପହଞ୍ଚିଛ ସେତେବେଳ ପର୍ଯ୍ୟନ୍ତ ତୁମେ ଅଟକି ଯାଅ ନାହିଁ।

୭. ପଢିବା ପାଇଁ ଏକାଗ୍ରତା ଦରକାର। ଏକାଗ୍ରତା ପାଇଁ ଧ୍ୟାନ ଦେବା ଉଚିତ। ଧ୍ୟାନ ଦ୍ବାରା ହିଁ ଆମେ ନିଜ ଇନ୍ଦ୍ରିୟଗୁଡିକ ଉପରେ ଏକାଗ୍ରତା ପ୍ରାପ୍ତି କରିପାରିବା।

୮. ଜ୍ଞାନ ସର୍ବଦା ବର୍ତ୍ତମାନ ଉପରେ ପର୍ଯ୍ୟବେସିତ। ମନୁଷ୍ୟ କେବଳ ତାର ଆବିଷ୍କାର କରିଥାଏ।

୯. ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଛ ସେତେ ଦିନ ପର୍ଯ୍ୟନ୍ତ ଶିଖିବା ଉଚିତ। ଅନୁଭବ ହିଁ ବିଶ୍ବରେ ସର୍ବଶ୍ରେଷ୍ଠ ଶିକ୍ଷକ।

୧୦. ପବିତ୍ରତା, ଧୈର୍ଯ୍ୟ ଓ ଉଦ୍ୟମ ଏହି ତିନୋଟି ଗୁଣ ଏକାସହ ରହିବା ଉଚିତ।

୧୧. ଲୋକମାନେ ତୁମର ପ୍ରଶଂସା କରନ୍ତୁ କି ନିନ୍ଦା, ଲକ୍ଷ୍ୟ ତୁମେ ପାଅ କି ନପାଅ, ତୁମର ମୃତ୍ୟୁ ଆଜି ହେଉ କି କାଲି, କେବେ ବି ନ୍ୟାୟପଥରୁ ବିଚଳିତ ହେବା ଉଚିତ ନୁହେଁ।

୧୨. ଯେତେବେଳ ପର୍ଯ୍ୟନ୍ତ ତୁମେ ନିଜକୁ ବିଶ୍ବାସ ନ କରିଛ ସେତେବେଳ ପର୍ଯ୍ୟନ୍ତ ଭଗବାନଙ୍କୁ ତୁମେ ବିଶ୍ବାସ କରିପାରିବ ନାହିଁ।

ଆଲେଖ୍ୟ : ପ୍ରଜ୍ଞାସିନୀ ମଲ୍ଲିକ୍

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories