www.samajalive.in
Monday, December 8, 2025
13.1 C
Bhubaneswar

ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ଛାତ୍ରଛାତ୍ରୀ, ଶୋଭାଯାତ୍ରାରେ ସଚେତନତା ସୃଷ୍ଟି ସହ ପରିବେଷଣ କଲେ କ୍ଷୁଦ୍ର ନାଟକ

ଭଦ୍ରକ: ଭଦ୍ରକ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ସ୍ବଚ୍ଛତା ପଖୱାଡା(ପକ୍ଷ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶ ଓ ବିଦ୍ୟାଳୟକୁ ସ୍ବଚ୍ଛତା ରଖିବା ପାଇଁ ଶପଥ ପାଠ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ହାତ ଧୁଆ କାର୍ଯ୍ୟ କ୍ରମରେ ଭାଗ ନେବା ସହ ବିଦ୍ୟାଳୟରୁ ବାହାରି ଶୋଭା ଯାତ୍ରାରେ ନଗର ପରିକ୍ରମା କରିଥିଲେ ଏବଂ ସଫେଇ କାର୍ଯ୍ୟ କରିଥିଲେ। ଛାତ୍ରଛାତ୍ରୀମାନେ ସ୍ବଛତା ଉପରେ କ୍ଷୁଦ୍ର ନାଟକ  ପରିବେଷଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମାବତି ଦ୍ବିବେଦୀ, ପ୍ରଧାନ ଶିକ୍ଷକ ଦିଲେଶ୍ବର ସାହୁ, ଶିକ୍ଷୟତ୍ରୀ ସୁକାନ୍ତି ମିଶ୍ର, ସୁନିତା ଦୁହାନ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ସ୍ବଚ୍ଛତା ଅଭିଯାନ  ପ୍ରଶଂସନୀୟ ବୋଲି କହିବା ସହ ସମଗ୍ର ଦେଶ ଓ ରାଜ୍ୟରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଜାରି ରହି ଥୂବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟ ବାଦ ଜଣାଇଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories