www.samajalive.in
Monday, December 8, 2025
14.1 C
Bhubaneswar

‘ପିଞ୍ଜରା ମୁକ୍ତ ନ ହେବା ପର୍ଯ୍ୟନ୍ତ ଶୁଆ ଉଡ଼ିପାରିବ ନାହିଁ’

ନୂଆଦିଲ୍ଲୀ: ସିବିଆଇକୁ ‘ପିଞ୍ଜରା ବଦ୍ଧ ଶୁଆ’ ବୋଲି କହିଥିବା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଆର ଏମ୍‍ ଲୋଧା ଆଲୋକ ବର୍ମାଙ୍କ ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ‘ପିଞ୍ଜରାମୁକ୍ତ ନ ହେବା ପର୍ଯ୍ୟନ୍ତୁ ଶୁଆ ମୁକ୍ତାକାଶରେ ସ୍ୱାଧୀନ ଭାବେ ଉଡ଼ି ପାରିବ ନାହିଁ’ ବୋଲି ସେ କହିଛନ୍ତି।
ଦୁର୍ନୀତି ଅଭିଯୋଗରେ ସିବିଆଇର ପୂର୍ବତନ ନିର୍ଦେଶକ ଆଲୋକ ବର୍ମାଙ୍କୁ କେନ୍ଦ୍ର ସରକାର ବାଧ୍ୟତାମୂଳକ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରିବା ସହିତ କାର୍ଯ୍ୟରେ ଯୋଗ ଦେବା ପାଇଁ ଆଲୋକ ବର୍ମାଙ୍କୁ ଅନୁମତି ଦେଇଥିଲେ। କିନ୍ତୁ ଶ୍ରୀ ବର୍ମା କାର୍ଯ୍ୟରେ ଯୋଗ ଦେବାର ୪୮ ଘଣ୍ଟା ମଧ୍ୟରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ତାଙ୍କୁ ବଦଳି କରିଥିଲେ। ଜାନୁଆରୀ ୩୧ ତାରିଖରେ ଶ୍ରୀ ବର୍ମାଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ଶ୍ରୀବର୍ମା ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି।
ଏହି ପ୍ରସଙ୍ଗରେ ଶ୍ରୀ ଲୋଧା କହିଛନ୍ତି ଯେ କୋଇଲା ଦୁର୍ନୀତି ଘଟଣା ପରେ ସିବିଆଇର ସ୍ୱାଧୀନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଧାରା ଆଗକୁ ମଧ୍ୟ ଜାରି ରହିବାର ଆଶଙ୍କା ରହିଛି। ସିବିଆଇକୁ ଏକ ପ୍ରମୁଖ ଓ ସ୍ୱାଧୀନ ତଦନ୍ତକାରୀ ସଂସ୍ଥାର ମାନ୍ୟତା ଦେବା ପାଇଁ ପଦକ୍ଷେପ ନେବାର ସମୟ ଆସିଛି। ଏହା ନିଶ୍ଚିତ କରିବା ପାଇଁ ଏକାଧିକ ପ୍ରକ୍ରିୟା ଓ ପଦ୍ଧତିର ବିକଳ୍ପ ଉପଲବ୍ଧ ଅଛି। ଏଥିପାଇଁ ନ୍ୟାୟପାଳିକାର ସହାୟତା ନିଆଯାଇପାରିବ।
ଶ୍ରୀ ବର୍ମାଙ୍କ ବଦଳି ପ୍ରସଙ୍ଗରେ ଶ୍ରୀ ଲୋଧା କହିଛନ୍ତି ଯେ ସୁପ୍ରିମକୋର୍ଟ କେବଳ ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ସଙ୍କେତ ଦେଇଥିଲେ। କମିଟି ବୈଠକ ଡାକିବା ପାଇଁ କହି ନଥିଲେ। କିନ୍ତୁ କେନ୍ଦ୍ର ସରକାର କମିଟି ବୈଠକ ଡାକି ଶ୍ରୀ ବର୍ମାଙ୍କୁ ବଦଳି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories