www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଭୁ ହନୁମାନଙ୍କ ପୂଜା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରଭୁ ହନୁମାନଙ୍କୁ ଧ୍ୟାନର ସହ ପୂଜା କରିବା ଦ୍ୱାରା ସେ ପ୍ରସନ୍ନ ହୋଇଥାଆନ୍ତି। ବଜରଙ୍ଗବଲୀଙ୍କୁ ସଙ୍କୋଟମୋଚନ ମଧ୍ୟ କୁହାଯାଏ, କାରଣ ବିପଦ ସମୟରେ ପ୍ରଭୁଙ୍କର ଜପ କରିବା ଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇଥାଏ। ଶାସ୍ତ୍ର ଏବଂ ପୁରାଣରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମଙ୍ଗଳବାର ଓ ଶନିବାର ଦିନକୁ ବିଶେଷ ଦିନ ବୋଲି କୁହାଯାଇଛି। ତେଣୁ ଏହି କାରଣରୁ ଏହି ଦୁଇଟି ଦିନରେ ହନୁମାନଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଜାଣତରେ ଅଜାଣତରେ ବହୁ ସମୟରେ ଭକ୍ତମାନେ ଏପରି କିଛି ଭୁଲ କରିଥାଆନ୍ତି, ଯାହା ଦ୍ୱାରା ତାଙ୍କୁ ପୂଜାର ଉପଯୁକ୍ତ ଫଳ ମିଳିପାରିନଥାଏ। ଜାଣନ୍ତୁ ସେହି ଭୁଲ ଗୁଡ଼ିକ କ’ଣ ….
ମଙ୍ଗଳବାର ଓ ଶନିବାର ଦିନ କଳା କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧି ହନୁମାନଙ୍କୁ ପୂଜା କରନ୍ତୁ ନାହିଁ।
ହନୁମାନଙ୍କୁ ଲାଲ, ଗେରୁଆ ରଙ୍ଗ ଖୁବ ପସନ୍ଦ। ତେଣୁ ପ୍ରଭୁଙ୍କୁ ପୂଜା କରିବା ସମୟରେ ଲାଲ, ଗେରୁଆ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ମଙ୍ଗଳବାର ଦିନ ବ୍ରତ ରଖୁଥିବା ବ୍ୟକ୍ତିିମାନେ ଲୁଣ ଖାଆନ୍ତୁ ନାହିଁ।
ବ୍ରତ ଦିନ ପ୍ରଭୁଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ।
ମଙ୍ଗଳବାର ଦିନ ଆମିଷ ଏବଂ ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ।
ଶାନ୍ତ ଓ ଶ୍ରଦ୍ଧାର ସହ ପ୍ରଭୁଙ୍କୁ ପୂଜା କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories