www.samajalive.in
Tuesday, December 9, 2025
16.1 C
Bhubaneswar

ହଷ୍ଟେଲ ରୁମରେ ଗୋମାଂସ ଭକ୍ଷଣ ଅଭିଯୋଗ; ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା

ଗୋପାଳପୁର: ଶିତଳାପଲ୍ଲୀଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା ଦେଖାଦେଇଛି। ହଷ୍ଟେଲ କୋଠରୀରେ କିଛି ସଂଖ୍ୟା ଲଘୁ ଛାତ୍ର ଗୋମାଂସ ରାନ୍ଧି ଖାଇବା ସହ କିଛି ଅନ୍ୟ ଛାତ୍ରଙ୍କୁ ଜୋରଜବରଦସ୍ତ ଖୁଆଇବା ଘଟଣା ନେଇ କଲେଜ ପରିସରରେ ଉତ୍ତେଜନା ଦେଖାଦେବା ସହ ବଜରଙ୍ଗ ଦଳ ଓ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି। ଅଭିଯୋଗ ଅନୁଯାୟୀ କ୍ୟାମ୍ପସ ପରିସରରେ ଥିବା ହଷ୍ଟେଲର ଏକ କୋଠରୀରେ କିଛି ସଂଖ୍ୟା ଲଘୁ ସମ୍ପ୍ରଦାୟର ଛାତ୍ର ଗୋମାଂସ ଆଣି ରାନ୍ଧିବା ସହ ଭକ୍ଷଣ କରିଥିଲେ। ଏହା ସହ ଅନ୍ୟ ଏକ ହଷ୍ଟେଲରେ ରହୁଥିବା ତାଙ୍କର ଅନ୍ୟ କିଛି ସାଙ୍ଗଙ୍କୁ ଅଜାଣତରେ ଖୁଆଇ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ରାତିରେ କିଛି ଛାତ୍ର ଉକ୍ତ ହଷ୍ଟେଲ କୋଠରୀକୁ ଯାଇ ପଚରାଉଚରା କରିବା ସହ ହଷ୍ଟେଲ ଦାୟିତ୍ବରେ ରହିଥିବା ସୁପରିଟେଣ୍ଡଟ ରଘୁନନ୍ଦନ ସ୍ବାଇଁଙ୍କୁ ଅବଗତ କରିଥିଲେ। କିନ୍ତୁ ଏହି ଘଟଣାକୁ କଲେଜ କର୍ତ୍ତୃପକ୍ଷ ଗୁରୁତର ସହ ନେଇ ନଥିଲେ। ଯାହାକୁ ନେଇ କଲେଜ ପରିସରରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଖିଥିଲା।

ଘଟଣା ପ୍ରଘଟ ହେବା ପରେ ଗୁରୁବାର ଅପରାହ୍ନରେ ବଜରଙ୍ଗ ଦଳର କିଛି କର୍ମୀ କଲେଜ ପରିସରରେ ପହଞ୍ଚି ଘଟଣା ନେଇ କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ରଙ୍କୁ ସାକ୍ଷାତ ପଚାରିଥିଲେ। ଘଟଣାରେ ତୁରନ୍ତ କ୍ରିୟାନୁଷ୍ଠାନ ସହ ଦୋଷୀ ଛାତ୍ରଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଦାବି କରିଥିଲେ। କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାପାତ୍ର ଶୃଙ୍ଖଳା କମିଟିର ବୈଠକ ଡାକିବା ସହ ଘଟଣା ନେଇ ଏକ କମିଟି ଦ୍ବାରା ତଦନ୍ତ କରାଯିବ ବୋଲି କହିଛନ୍ତି। ଦୋଷ ସାବ୍ୟସ୍ତ ହେଲେ କଲେଜ ଆଇନ ଅନୁଯାୟୀ ଶୃଙ୍ଖଳା ଗତ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ। ଅନ୍ୟ ପଟେ ଘଟଣା ଜଣାପଡ଼ିବା ପରେ ଗୋପାଳପୁର ଥାନା ଆଇଆଇସି ପ୍ରଶାନ୍ତ ମଲ୍ଲିକ କଲେଜରେ ପହଞ୍ଚି ଅଧ୍ୟକ୍ଷ ସମେତ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା ଦୃଷ୍ଟିରୁ କଲେଜ ପରିସରରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇ ପରିସ୍ଥିତି ପ୍ରତି ନଜର ରଖାଯାଇଛି।

- Advertisement -

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories