www.samajalive.in
Monday, December 8, 2025
20.1 C
Bhubaneswar

ପ୍ରଜାକୋର୍ଟରେ ୨ ଆଦିବାସୀଙ୍କୁ ଫାଶୀଦଣ୍ଡ, ହତ୍ୟା ପରେ ମୃତଦେହ ଗଛରେ ଝୁଲାଇ ପଳାଇଲେ ମାଓବାଦୀ

ମାଲକାନଗିରି: ମାଓବାଦୀଙ୍କ ପ୍ରଜାକୋର୍ଟରେ ୨ ଆଦିବାସୀଙ୍କୁ ମିଳିଛି ଫାଶୀଦଣ୍ଡ। ସେମାନଙ୍କୁ ହତ୍ୟା କରିବା ପରେ ମୃତଦେହକୁ ମାଓବାଦୀମାନେ ଗାଁ ନିକଟରେ ଗଛରେ ଟଙ୍ଗାଇ ପଳାଇଛନ୍ତି। ମାଓବାଦୀଙ୍କ ଏଭଳି ବର୍ବରତା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ। ଘଟଣା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତେବେ ଅନ୍ୟ ଜଣେ ଛାତ୍ରଙ୍କୁ ମାଓବାଦୀମାନେ ଛାଡ଼ିଦେଇଛନ୍ତି। ଛାତ୍ର ଜଣକ ମାଓବାଦୀଙ୍କ କବଳରୁ ମୁକୁଳି ଆସିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ବିଜାପୁର ଜିଲା ବୈରମଗଡ଼ ଥାନା ଅନ୍ତର୍ଗତ କାପମେର୍କା ଗ୍ରାମର ୩ ଜଣଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସେମାନେ ଫାଶୀରେ ଝୁଲାଇ ହତ୍ୟା କରିଥିବାବେଳେ ଅନ୍ୟ ଜଣେ ଛାତ୍ରକୁ ଛାଡ଼ି ଦେଇଥିଲେ। ହତ୍ୟାର ଶିକାର ହୋଇଥିବା ୨ ଗ୍ରାମବାସୀ ହେଲେ ମାଡଭି ସୁନା ଓ ପୋଡିୟମ କୋସା। ମାଓବାଦୀ ସଂଗଠନର ବୈରମଗଡ ଏରିଆ କମିଟି ଏହି ଜଘନ୍ୟ ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରି ମୃତଦେହରେ ପୋଷ୍ଟର ଲଗାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories