www.samajalive.in
Wednesday, December 10, 2025
15.1 C
Bhubaneswar

ଆୟୁଷ୍ମାନ ଆରୋଗ୍ୟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଦେଶ ଭଟଲି ପଞ୍ଚାୟତ ଉଦେପୁର ଅଙ୍ଗନବାଡି କେନ୍ଦ୍ର(୧) ପରିସରରେ ଗୁରୁବାର ଆୟୁଷ୍ମାନ ଆରୋଗ୍ୟ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଧାତୁକ ପାଳି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମନୋରଞ୍ଜନ ସାହୁ ଉଦଘାଟନ କରିଥିଲ। ଡା. ମନୋରଞ୍ଜନ ସାହୁ, ଦେଶ ଭଟଲି ଉପସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ଲୀଳାବତୀ ପଟେଲ, ସି.ଏଚ ଓଝିଲିନା, ଆଚାର୍ଯ୍ୟ କର୍ମୀ ରୀନା ଦନ୍ତା ଜ୍ୟୋତ୍ସ୍ନାମୟୀ ଛୁରିଆ, ଆଶାକର୍ମୀ ମୁକ୍ତା ଦନ୍ତା, ଉପାସୀ ଭୋଇ, ସ୍ନେହ ଲତା ଝାଙ୍କର ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ଏହି ଶିବିରରେ ରକ୍ତ ଶର୍କରା, ରକ୍ତ ଚାପ, ଚର୍ମ, ଥଣ୍ଡା, କାଶ ଆଦି ରୋଗର ମାଗଣା ପରୀକ୍ଷା ସହ ରୋଗୀମାନଙ୍କୁ ଔଷଧ ପ୍ରଦାନ କରାଯାଇଥିଲା। ଡଃ ମନୋରଞ୍ଜନ ସାହୁ ଉପସ୍ଥିତ ଥିବା ମହିଳା, ପୁରୁଷମାନଙ୍କୁ ରକ୍ତ ଶର୍କରା, ରକ୍ତ ଚାପ ରୋଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରି ସଚେତନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories