www.samajalive.in
Friday, December 12, 2025
17.1 C
Bhubaneswar

ମିଳିତ ଜନଶୁଣାଣି ଶିବିରରେ ମିଲିଲା ୨୯୩ ଅଭିଯୋଗ, ଫଇସଲା କଲେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକ

ବାସୁଦେବପୁର: ଗତ ନଅ ତାରିଖ ସୋମବାର ସରକାରୀ ଛୁଟିଥିବାରୁ ଆଜି ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବାସୁଦେବପୁର ବ୍ଲକ ପରିସରରେ ଥିବା ଚିନ୍ତାମଣୀ ସଭା ଗୃହରେ ଜିଲାପାଳ ଦିଲ୍ଲୀପକୁମାର ରାଉତରାୟ ଓ ଜିା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲି ଉପସ୍ଥିିତ ରହି ମୋଟ ୨୯୩ଗୋଟି ଅଭିଯୋଗର ଶୁଣାଣି କରିଥିଲେ । ସେଥିମଧ୍ୟରୁ ୨୪୭ ଗୋଟି ବ୍ୟକ୍ତିଗତ ସମସ୍ୟା ଓ ୪୬ ଗୋଟି ସାମୁହିକ ସମସ୍ୟା ଭିତ୍ତିକ ଅଭିଯୋଗ ରହିଥିବା ଜାଣିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେସନକାର୍ଡ ,ବାର୍ଦ୍ଧକ୍ୟଭତ୍ତା,ଅଗ୍ନୀ ଦୁର୍ଘଟଣା, ଅଙ୍ଗନବାଡୀକେନ୍ଦ୍ର, ଲେବରକାର୍ଡ ଜରିଆରେ ହୀତାଧିକାରୀମାନଙ୍କୁ ମିଳୁଥିବା ସୁବିଧା ସଂକ୍ରାନ୍ତୀୟ ତଥା ଅନ୍ୟ ସଂପୃକ୍ତ ବିଭାଗୀୟ ସମସ୍ୟା ଜନିତ ଆଗତ ଅଭିଯୋଗଗୁଡିକର ଧାର୍ଯ୍ୟ ସମୟରେ ସମାଧାନ କରାଯିବାକୁ ନେଇ  ଶିବିରରେ ଉପସ୍ଥିତ ଥିବା ପଦାଧିକାରୀମାନଙ୍କୁ ଜିଲ୍ଲପାଳ ନିର୍ଦ୍ଦେଶ ଦେଇଥିଲେ।

- Advertisement -

ଏହି ଶିବିରରେ ସାମାଜିକ ସୁରକ୍ଷା ଯୋଜନା ଜରିଆରେ ଏକଗୋଟି ତିନିଚକିଆ ସାଇକେଲ, ତିନିଗୋଟି ମୋଟରଚାଳିତ ତିନିଚକିଆ ସାଇକେଲ, ହ୍ୱିଲଚେୟାର ଏକଗୋଟି,ଶ୍ରବଣଯନ୍ତ୍ର ଏକଗୋଟି ଉପକରଣକୁନେଇ ମୋଟ ଛଅଗୋଟି ଉପକରଣ ଦିବ୍ୟାଙ୍ଗମାନଙ୍କୁ ଜିଲାପାଳ ପ୍ରଦାନ କରିଥିଲେ। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜକୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର,ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ରପ୍ରସାଦ ବିଶ୍ୱାଳପ୍ରମୁଖ ଏହି ଶିବିରରେ ଯୋଗଦେଇଥିଲେ । ବାସୁଦେବପୁର ବିଡିଓ ସଞ୍ଜିବକୁମାର ସାହୁ ଏହି ଶିବିର ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ଦାୟୀତ୍ୱ ନିର୍ବାହ କରିଥିଲେ।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories