ଅବକାରୀ ଚଢ଼ାଉ, ଦେଶୀ ରନ୍ଧା ମଦ ଓ ପୋଚ ଜବତ
କଳାପଥର : ସୋମବାର ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଶବର ସାହିରେ ୯୦୮୦ ଲିଟର ଗୁଡପୋଚ ଏବଂ ୧୦୮୫ ଦେଶୀ ରନ୍ଧା ମଦ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ରେଡ୍ ସମୟରେ ବାଙ୍କୀର ତହସିଲଦାର, ଫ୍ଲାଇଙ୍ଗ୍ସ୍କାଡ୍ , ଆର.ଆଇ ପ୍ରଭୃତି ଉପସ୍ଥିତ ଥିଲେ । ବାଙ୍କୀ ଅବକାରୀ ଅଧିକାରୀ ସୌମ୍ୟରଞ୍ଜନ ମାଝୀ, ଅବକାରୀ ନିରିକ୍ଷକ ହେମନ୍ତ ମହାନଦୀଆ, ମୋବାଇଲ୍ ଇନିସ୍ପେକ୍ଟର ରଙ୍କନିଧି ମଲ୍ଲିକ ଚଢ଼ଉରେ ସହଯୋଗ କରିଥିଲେ । ଏ ସଂକ୍ରାନ୍ତରେ ୩ଗୋଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ବାଙ୍କୀ ତହସିଲଦାର ଅଶେଷ ନାୟକଙ୍କ ଉପସ୍ଥିତିରେ ଏ ସମସ୍ତ ପୋଚ ନଷ୍ଟ କରାଯାଇଥିଲା ।
Comments are closed.