www.samajalive.in
Friday, December 12, 2025
19.1 C
Bhubaneswar

ଏନ୍‌ଏସ୍‌ଇ ମୁଖ୍ୟ କାର୍ଯ୍ୟାଳୟରେ ଏନଏସ୍‌ଇ ବୁଲ୍‌ ପ୍ରତିମୂର୍ତି ଓ କଫି ଟେବୁଲ୍‌ ବୁକ୍‌ର ଉନ୍ମୋଚନ

ଭୁବନେଶ୍ୱର: ମହାରାଷ୍ଟ୍ରର ରାଜ୍ୟପାଳ   ସି ପି ରାଧାକ୍ରିଷ୍ଣନ ମୁମ୍ବାଇ ସ୍ଥିତ ଏନ୍‌ଏସ୍‌ଇ ମୁଖ୍ୟ କାର୍ଯ୍ୟାଳୟରେ ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଆଶିଷ ଚୌହ୍ୱାନଙ୍କ ସହ ଆଇକନିକ୍‌ ଏନ୍‌ଏସ୍‌ଇ ବୁଲ୍‌ ପ୍ରତିମୂର୍ତିକୁ ଉଦ୍‌ଘାଟନ କରିଥିବା ବେଳେ “ଦି ଜର୍ଣ୍ଣି ଅଫ ଏମ୍ପାୱାରିଂ ୧.୪ ବିଲିଅନ୍‌ ଡ୍ରିମ୍‌ସ’ ନାମକ କଫି ଟେବୁଲ୍‌ ବୁକ୍‌କୁ ଉନ୍ମୋଚନ କରିଛନ୍ତି ।

ଏନ୍‌ଏସ୍‌ଇ ବୁଲ୍‌ ପ୍ରତିମୂର୍ତି ଦୃଢ଼ତା, ଶକ୍ତି ଓ ସ୍ଥିରତାକୁ ଦର୍ଶାଉଛି ଯାହା ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ  ଆବଶ୍ୟକତା । ଏହାର ଚାରି ପାଖରେ ଭାରତର ବିବିଧ ପୃଷ୍ଠଭୂମିର ଲୋକ ଯଥା ସ୍କୁଲ ଯାଉଥିବା ବାଳକ, ଜଣେ ଗ୍ରାମୀଣ ମହିଳା ଏବଂ ପ୍ରଫେସନାଲଙ୍କ ସ୍ଥାପତ୍ୟ କଳା ରହିଛି ଯାହା ଭାରତର ନିବେଶ ପୃଷ୍ଠଭୂମିରେ ଏକତା ଓ ଅନ୍ତର୍ଭୁକ୍ତୀକରଣକୁ ଦର୍ଶାଉଛି ।

- Advertisement -

ସେହିପରି, ଏନ୍‌ଏସ୍‌ଇର କଫି ଟେବୁଲ୍‌ ବୁକ୍‌ “ଦି ଜର୍ଣ୍ଣି ଅଫ ଏମ୍ପାୱାରିଂ ୧.୪ ବିଲିଅନ ଡ୍ରିମ୍‌ସ’ ହେଉଛି ଏନଏସଇର ଅଭ୍ୟୁଦୟ ଓ ଗତ ୩୦ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି କାହାଣୀ ପ୍ରତି ଯୋଗଦାନ । ୧୯୯୪ରେ ଶୁଭାରମ୍ଭ ହେବା ପରଠାରୁ ଗତ ୩୦ ବର୍ଷ ମଧ୍ୟରେ ଭାରତୀୟ ପୁଂଜି ବଜାରରେ ଏନଏସ୍‌ଇ ବିପ୍ଳବ ଆଣିପାରିଛି । ଏହି କଫି ଟେବୁଲ୍‌ ବୁକ୍‌ ହେଉଛି ଭାରତୀୟ ପୁଂଜି ବଜାର ଯାତ୍ରାରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟଗୁଡ଼ିକର ପ୍ରତୀକ । ଭାରତ ବିଶ୍ୱର ପଂଚମ ବୃହତ ଅର୍ଥନୀତି ଓ ଚତୁର୍ଥ ବୃହତ ପୁଞ୍ଜି ବଜାର ହୋଇଥିବା ବେଳେ ବରାଦ ସଂଖ୍ୟା ଓ ଟ୍ରେଡ୍‌ ଦୃଷ୍ଟିରୁ ଏନଏସଇ ହେଉଛି ବିଶ୍ୱର ସର୍ବବୃହତ ଷ୍ଟକ୍‌ ଏକ୍ସଚେଂଜ୍‌ ।

ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ କହିଛନ୍ତି ଯେ, “ଏନ୍‌ଏସ୍‌ଇର ବୁଲ୍‌ (ଷଣ୍ଢ ପ୍ରତିମୂର୍ତି) ଓ କଫି ଟେବୁଲ୍‌ ବୁକ୍‌କୁ ଉନ୍ମୋଚନ କରି ମୁଁ ବହୁତ ଖୁସି । ବୁଲ୍‌ ଓ କଫି ଟେବୁଲ୍‌ ବୁକ୍‌ ପାଇଁ ମୁଁ ଏନ୍‌ଏସ୍‌ଇକୁ ଅଭିନନ୍ଦନ ଜଣାଇବାକୁ ଚାହୁଛି ଯାହା ହେଉଛିି ଭାରତର ପୁଂଜି ବଜାରରେ ବୈପ୍ଳବିକ ପରିବର୍ତନ ଆଣିବା ଓ ଭାରତର ଅଭିବୃଦ୍ଧି କାହାଣୀ ପ୍ରତି ଯୋଗଦାନ ପ୍ରଦାନ କରିବାରେ ଏନଏସ୍‌ଇ ଭୂମିକାର ପ୍ରତିଫଳନ । ଏହି ବୁଲ୍‌ ହେଉଛି ଆର୍ଥିକ ଦୃଢ଼ତା ଓ ଉଧ୍ୱର୍ମୁଖୀ ଧାରାର ପ୍ରତୀକ ଯାହା ଷ୍ଟକ୍‌ ବଜାର ଇତିହାସ ସହ ଗଭୀର ଭାବେ ଜଡ଼ିତ ରହିଛି । ଏହି ସ୍ଥାପତ୍ୟ କଳା ଚାରି ପାଖରେ ଥିବା ବିଷୟଗୁଡ଼ିକ ଏହାକୁ ସ୍ୱତନ୍ତ୍ର କରିଛି ଯେଉଁମାନେ ଭାରତର ପ୍ରଗତିରେ ବିବିଧ ଅଂଶଗ୍ରଣ ଓ ଯୋଗଦାନର ପ୍ରତିନିଧିତ୍ୱ କରୁଛନ୍ତି । ଏନ୍‌ଏସ୍‌ଇ କେବଳ ଏକ ଆର୍ଥିକ ଅନୁଷ୍ଠାନ ନୁହେଁ, ଏହା ହେଉଛି ଭାରତର ଅଭିବୃଦ୍ଧି ଓ ଆକାଂକ୍ଷାର ପ୍ରତିକ । ନିବେଶକଙ୍କ ମଧ୍ୟରେ ଏନଏସଇ ସୃଷ୍ଟି କରିଥିବା ବିଶ୍ୱାସ ଉଲ୍ଲେଖନୀୟ । ତାହାକୁ କେବଳ ଅଭିବୃଦ୍ଧି କୁହାଯାଇପାରିବ ନାହିଁ । ତାହା ହେଉଛି ଏକ ବିପ୍ଳବ । ସାରା ବିଶ୍ୱରୁ ଏନଏସଇ ନିବେଶ ହାସଲ କରିପାରିଛି । ଏନଏସଇର ଭୂମିକା ବିନା ବିକଶିତ ଭାରତ ସମ୍ଭବପର ନୁହେଁ ।’’

ଏନ୍‌ଏସ୍‌ଇର ଏମ୍‌ଡି ଓ ସିଇଓ ଆଶିଷ କୁମାର ଚୌହ୍ୱାନ କହିଛନ୍ତି ଯେ, “ମହାରାଷ୍ଟ୍ରର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ସି ପି ରାଧାକ୍ରିଷ୍ଣନଙ୍କ ଦ୍ୱାରା ଏନଏସ୍‌ଇ ବୁଲ୍‌ ଓ କଫି ଟେବୁଲ୍‌ ବୁକ୍‌ର ଉନ୍ମୋଚନକୁ ନେଇ ଆମେ ଗର୍ବିତ । ସମାଜ ଓ ବଜାର ଭିତରେ ରହିଥିବା ସମ୍ପର୍କର ପ୍ରତୀକ ହେଉଛି ଏନଏସ୍‌ଇର ଏହି ବୁଲ୍‌ ସ୍ଥାପତ୍ୟ । ଏନଏସଇ ମୁଖ୍ୟ କାର୍ଯ୍ୟାଳୟର ବୁଲ୍‌ ପୁଞ୍ଜି ବଜାରର ପ୍ରତୀକ ହୋଇଥିବା ବେଳେ ସମାଜ କହିଲେ ସାଧାରଣ ଜନତାଙ୍କୁ ବୁଝାଉଛି । ୩୦ ବର୍ଷ ପୂର୍ବେ ୧୯୯୪ରେ ଷ୍ଟକ୍‌ ବଜାର ପାଖରେ ସମାଜ ପହଂଚିପାରୁନଥିଲା । ଏନଏସଇରେ ପ୍ରଥମ ଥର ପାଇଁ ଅଟୋମେଟେଡ ଓ ସ୍କ୍ରିନଭିତିକ ଟ୍ରେଡିଂ ଆରମ୍ଭ ହେବା ପରେ ବଜାର ଦେଶର କୋଣ ଅନୁକୋଣରେ ପହଂଚିପାରିଥିଲା ଏବଂ ଏବେ ଏନଏସଇରେ ୧୦ କୋଟିରୁ ଅଧିକ ସ୍ୱତନ୍ତ୍ର ନିବେଶ ପଂଜୀକୃତ ହୋଇଛନ୍ତି । ଅନେକ ସ୍ମୃତି ସହ ୩୦ ବର୍ଷକୁ ଚାହିଲେ ମୁଁ ଗର୍ବର ସହ କହିପାରିବି ଯେ କିଛିଟା ବ୍ୟତିକ୍ରମ ବ୍ୟତୀତ, ଭାରତୀୟ ପରିବାରର ସଂଚୟକୁ ସବୁଠୁ ସୁଲଭ, ସ୍ୱଚ୍ଛ, ଉଚିତ୍‌, ପ୍ରଭାବୀ ଓ ସଂଗଠିତ ଢଙ୍ଗରେ ପହଂଚାଇବା ଏବଂ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହୋଇ ଏକ ଚମକ୍ରାର ଷ୍ଟକ୍‌ ବଜାର ବ୍ୟବସ୍ଥା ସୃଷ୍ଟି କରିବା ଲକ୍ଷ୍ୟକୁ ଏନଏସଇ ପୂରଣ କରିପାରିଛି । ୩୦ ବର୍ଷ ଭିତରେ ଦେଶର ଆର୍ଥିକ ଦୃଶ୍ୟପଟ୍ଟ ଓ ପ୍ରଯୁକ୍ତି ବିପ୍ଳବରେ ଏନଏସ୍‌ଇ ବୈପ୍ଳବିକ ଭୂମିକା ଗ୍ରହଣ କରିଛି ।’’

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories