www.samajalive.in
Friday, December 12, 2025
19.1 C
Bhubaneswar

ଗଣେଶ ପୂଜା ଭୋଗ ଖାଇ ୨୦୦ ଗୁରୁତର

ବାଙ୍ଗିରିପୋଷି: ସ୍କୁଲରେ ଦିଆଯାଇଥିବା ଗଣେଶ ପୂଜା ଭୋଗ ଖାଇ ଆଜିକୁ ଦୁଇ ଦିନ ମଧ୍ୟରେ ୨୦୦ରୁ ଉର୍ଦ୍ଧ ଗ୍ରାମବାସୀ ଓ ଛାତ୍ର,ଛାତ୍ରୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଭୂଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗତ ଶନିବାର ଦିନ ଗଣେଶ ପୂଜା ପାଇଁ ସ୍କୁଲ କର୍ତ୍ତୃପକ୍ଷ ତରଫରୁ ଚୁଡା ଭୋଗ ବ୍ୟବସ୍ଥା ହୋଇଥିଲା। ତେବେ ସେହି ଭୋଗ ଖାଇ ଗ୍ରାମରେ ଝାଡ଼ା ବାନ୍ତି ବ୍ୟାପିବାରେ ଆରମ୍ଭ ହୋଇଥିଲା। ଭୋଗ ଖାଇ ପ୍ରଥମେ ରବିବାର ଦିନ ୫୦ରୁ ଅଧିକ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର ହୋଇପଡ଼ିଥିବା ବେଳେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ରବିବାର ରାତି ଓ ସୋମବାର ସକାଳୁ ପୁଣି ଅଧିକ ଲୋକ ଆକ୍ରାନ୍ତ ହୋଇ ପଡିଲେ।

ଫଳରେ ରାୟାଁ ନିକଟସ୍ଥ ପୁରୁଣାପାଣି, କ୍ରିପାଦୁମା ପ୍ରମୁଖ ତିନୋଟି ଗ୍ରାମର ପାଖାପାଖି ୨୦୦ରୁ ଉର୍ଦ୍ଧ୍ବ ଲୋକ ଏବେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ୨୩ ଜଣକୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ସମସ୍ତ ଅସୁସ୍ଥ ଙ୍କ ମଧ୍ୟରୁ ୧୮ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି। ବାଙ୍ଗିରିପୋଷି ହସ୍ପିଟାଲ୍ ପରିସରରେ ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, ବିଡ଼ିଓ ମାନସ ରଞ୍ଜନ ଦଣ୍ଡପାଟ, ଏଡିଏମଓ ଡ଼ା ବିଜୟ କୁମାର ଦାଶ, ବ୍ଲକ ଶିକ୍ଷା ଅଧିକାରୀ ଗୌତମ ପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଅନ୍ୟପକ୍ଷରେ ରାୟାଁ ଗ୍ରାମକୁ ଡାକ୍ତରୀ ତଦନ୍ତ ଦଳ ପହଞ୍ଚି ଭୋଗର ନମୂନା ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories