www.samajalive.in
Thursday, December 11, 2025
23.1 C
Bhubaneswar

ଗୁଜରାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବ ଯୋଗୁଁ ଫେରି ପାରୁନଥିଲା ମୃତଦେହ,ସହାୟତା ଯୋଗାଇ ଦେଲା ଜିଲ୍ଲା ପ୍ରଶାସନ

ବିଶ୍ୱନାଥପୁର : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ମୁଣ୍ଡାଗାଁର ଜଣେ ଦାଦନ ଶ୍ରମିକ ଗୁଜରାଟରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତ ଦାଦନ ଶ୍ରମିକ ଜଣକ ମୁଣ୍ଡାଗାଁର ଚୈତନ୍ୟ ବିଶି । ସେ ନିଜ ସ୍ତ୍ରୀ ପିଲା ସହିତ ଗୁଜରାଟର ରାଜକୋଟରେ ରହି କାମ କରୁଥିଲେ। ତିନି ଦିନ ତଳେ ସେ କାମ କରୁ ଥିବାବେଳେ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଠିକାଦାର ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଆହୁରି ଗୁରୁତର ହେବାରୁ ଠିକାଦାର ଜଣକ ତରବରିଆ ଭାବେ ଘରକୁ ଯାଅ ବୋଲି ଟିକେଟ୍ କାଟି ଟ୍ରେନ୍‌ରେ ବସେଇ ଦେଇଥିଲେ। ତେବେ ଗୁରୁତର ଚୈତନ୍ୟଙ୍କର ଟ୍ରେନ୍ ବଗିରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କ ପତ୍ନୀ ସ୍ୱାତି ବିଶି କାନ୍ଦବୋବାଳି ଦେଖି ରେଳ କର୍ତ୍ତୃପକ୍ଷ ସ୍ଥାନୀୟ ସୁରେନ୍ଦ୍ର ନଗରସ୍ଥିତ ଗାନ୍ଧୀ ସ୍ମାରକ ହସ୍ପିଟାଲରେ ମୃତଦେହ ରଖି ଦେଇଥିଲେ।
ତେବେ ମୃତକଙ୍କ ପତ୍ନୀ ଓ ପରିବାର ନିକଟରେ ଆବଶ୍ୟକ ଅର୍ଥ ନଥିବାରୁ ଘରକୁ ମୃତଦେହ ଅଣାଯାଇ ପାରୁଥିଲା। ଏନେଇ ଗତ କାଲି ମୃତକଙ୍କ ଭାଇ ଲିଙ୍ଗରାଜ ବିଶି ଓ ମୁଣ୍ଡା ଗାଁ ଯୁବକ ସଂଘ ସଭାପତି ବିଭୂତି ଭୂଷଣ ତାଣ୍ଡି କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କ ସହାୟତାରେ ମୃତ ଶରୀର ଆଣିବା ପାଇଁ ୩୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଗତକାଲି ପ୍ରଥମେ ୧୦ ହଜାର ଟଙ୍କା ମୃତ ଚୈତନ୍ୟ ବିଶିଙ୍କ ସ୍ତ୍ରୀ ସ୍ୱାତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରାଯାଇଥିବା ବେଳେ ଆଉ ଦୁଇ ତିନି ଦିନ ମଧ୍ୟରେ ୨୦ ହଜାର ପ୍ରଦାନ କରିବା ସୂଚନା ମିଳିଛି। ତେବେ ଅର୍ଥାଭାବ ଯୋଗୁଁ ଘରକୁ ମୃତଦେହ ଫେରି ପାରୁନଥିବାରୁ ପରିବାର ଲୋକେ ଅତ୍ୟନ୍ତ ଭାଙ୍ଗି ପଡିଥିଲେ। ଏଣୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେଇଥିବା ଯୋଗୁଁ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କୁ ଲାଞ୍ଜିଗଡ ଅଞ୍ଚଳବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି। ଗତ କିଛି ଦିନ ପୂର୍ବେ ତାମିଲନାଡୁ ତ୍ରିପୁର ଠାରେ ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା, ସେଇ ପରିବାରକୁ ମଧ୍ୟ ଜିଲ୍ଲାପ୍ରଶାସନ ତିରିଶି ହଜାର ଟଙ୍କା ଦେଇଥିବା ଜଣାପଡିଛି।

୧୦ ଯାଏଁ ପ୍ରବଳ ବର୍ଷିବ; ଆଜି ଏହି ୨୨ ଜିଲାକୁ ସତର୍କ ସୂଚନା ଜାରି..

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories