www.samajalive.in
Monday, December 8, 2025
24.1 C
Bhubaneswar

ପ୍ରତିପୋଷଣ ଚିନ୍ତା: ୩ ସନ୍ତାନଙ୍କ ସହ ଗାଁ ଛାଡ଼ିଲେ ବିଧବା ଆଦିବାସୀ ମହିଳା

ପାତ୍ରପୁର: ଆରପାରିରେ ସ୍ୱାମୀ, ଆଖିକୁ ଭଲ ଦେଖାଯାଉନି, ସରକାରୀ ସହାୟତା ମିଳିପାରି ନାହିଁ, ଫଳରେ ତିନି ସନ୍ତାନଙ୍କୁ ସାଙ୍ଗରେ ନେଇ ଗାଁ ଛାଡ଼ି ଭାଇ ଘରେ ଆଶ୍ରୟ ନେଇଛନ୍ତି ଜଣେ ଆଦିବାସୀ ମହିଳା। ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରି ସହାୟତା ଯୋଗାଉଛନ୍ତି। ହେଲେ ପାତ୍ରପୁର ବ୍ଲକର ଜଣେ ଆଦିବାସୀ ବିଧବା ମହିଳାଙ୍କ ପାଖରେ ଦୀର୍ଘ ବର୍ଷ ଧରି କୌଣସି ସହାୟତା ପହଞ୍ଚି ପାରିନାହିଁ। ମହିଳା ଜଣଙ୍କ ହେଉଛନ୍ତି ଦୁର୍ଗମ ଆଙ୍କୁଲି ପଞ୍ଚାୟତ ତରମୁଣ୍ଡା ଗ୍ରାମର ବତୀ ବଡମୁଣ୍ଡି। ବତୀଙ୍କ ସ୍ୱାମୀ କୁରେସୁ ବଡମୁଣ୍ଡିଙ୍କ ତିତ୍‌ଲି ବାତ୍ୟାର କିଛିଦିନ ପରେ ମୃତ୍ୟୁ ଘଟିଥିଲା। ସାମୁଦ୍ରିକ ଝଡ଼ ତିତ୍‌ଲିରେ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବାବେଳେ ମିଳିଥିବା ପାଲ ଟାଣି ଘର ନିର୍ମାଣ କରି ରହୁଥିଲେ। ଏହାପରେ ସରକାରୀ ସହାୟତା ନ ପାଇବା ଫଳରେ ତିନି ସନ୍ତାନଙ୍କ ବଞ୍ଚିବା କଷ୍ଟକର ହେବା ଦେଖି ଚାରି ବର୍ଷ ତଳେ ପିଲାଙ୍କୁ ଧରି ଗାଁ ଛାଡ଼ିଛନ୍ତି ବତୀ। ଏବେ ଗ୍ରାମଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଯୁବାସାହିରେ ଭାଇ ଘରେ ରହୁଛନ୍ତି। ତରମୁଣ୍ଡା ଗ୍ରାମର କୁରେଶୁ ବଡମୁଣ୍ଡିଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ବତୀଙ୍କୁ ଦ୍ବିତୀୟ ବିବାହ କରିଥିବାବେଳେ ବତୀଙ୍କର ତିନିଗୋଟି ସନ୍ତାନ ଅଛନ୍ତି। ବଡ଼ ଝିଅ ଆଶା(୧୦), ମଝିଆ ଝିଅ ଗାୟତ୍ରୀ(୭) ଏବଂ ସାନ ପୁଅ ମିଥୁନ(୪) ଏବେ ତାଙ୍କ ପାଖରେ ଅଛନ୍ତି।

ପୂର୍ବରୁ ସ୍ୱାମୀ ରାଜ୍ୟ ବାହାରେ ଦାଦନ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ପାଇଁ କର୍ଯ୍ୟାଦେଶ ମିଳିଥିବାବେଳେ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ଯାହାଦେଖି ବତୀ ତିନି ସନ୍ତାନଙ୍କୁ ପ୍ରତିପୋଷଣ ଚିନ୍ତାରେ ଭାଙ୍ଗି ପଡ଼ିଥିଲେ। ଦୁର୍ବଳ ଶରୀର ସାଙ୍ଗକୁ ଆଖିକୁ ଭଲ ଦେଖାଯାଉ ନଥିବାରୁ କୁଲି କାମ କରି ପାରୁନଥିଲେ। ସାହି ପଡ଼ୋଶୀଙ୍କ ପାଖରୁ ବିଭିନ୍ନ ସମୟରେ ଧାର ଉଧାର କରି ପାଲ ତଳେ ଦିନ କାଟୁଥିଲେ। ତେବେ ତାଙ୍କୁ ପରିବାର ମଙ୍ଗଳ ଯୋଜନାରେ ସହାୟତା କିମ୍ବା ବିଧବା ଭତ୍ତା ମିଳିପାରି ନଥିବାବେଳେ ଆଧାର କାର୍ଡ ନଥିବା ଦର୍ଶାଇ ପଡ଼ିକାର୍ଡରେ ଜିନିଷ ଯୋଗାଣ ବନ୍ଦ ହୋଇଯାଇଥିଲା। ଏହାପରେ ସେ ବିଭିନ୍ନ ସମୟରେ ପ୍ରଶାସନକୁ ଗୁହାରି କରିବା ସହ ଆଧାର କାର୍ଡ ପାଇଁ କେନ୍ଦ୍ରକୁ ଯାଇଥିଲେ ମଧ୍ୟ କାର୍ଡ ମିଳି ନଥିଲା। ଏଭଳି ଅବସ୍ଥାରେ ଦୁର୍ଦ୍ଦିନରେ କିଛି ଦିନ ଗ୍ରାମରେ ତିନି ସନ୍ତାନ ସହ ବିତାଇବା ପରେ ଉପାୟଶୂନ୍ୟ ହୋଇ ବାପଘର ଯୁବାସାହି ଗ୍ରାମକୁ ଚାଲି ଯାଇଛନ୍ତି। ତାଙ୍କ ଦୁଇ ଝିଅଙ୍କର ପାଠପଢା ବୟସ ହୋଇଥିବାବେଳେ ବିଦ୍ୟାଳୟ ପିଣ୍ଡା ମାଡ଼ି ପାରିନାହାନ୍ତି। ଭାଇ ଘରେ ଆଶ୍ରୟ ନେଇଥିବା ବେଳେ ମହିଳା ଗ୍ରୁପରେ ସାମିଲ ହୋଇ କିଛି ରୋଜଗାର ପାଇଁ ସ୍ଥିର କରିଥିବାବେଳେ ଗ୍ରୁପରୁ ମଧ୍ୟ ତାଙ୍କୁ କିଛି ଦିନ ପରେ ବାଦ ଦିଆଯିବା ପରେ ବତୀଙ୍କ ଚିନ୍ତା ବଢାଇଥିବା ପ୍ରକାଶ କରିଛନ୍ତି। ତେବେ ପ୍ରଶାସନ ଏଭଳି ଗରିବ ଆଦିବାସୀ ବିଧବା ମହିଳା ଜଣକୁ ତୁରନ୍ତ ସରକାରୀ ପ୍ରଦତ୍ତ ସମସ୍ତ ସହାୟତା ଯୋଗାଇବା ସହ ପିଲାମାନଙ୍କ ବିଦ୍ୟାଳୟ ଯିବାର ବ୍ୟବସ୍ଥା କେବେ ହେବ ଅପେକ୍ଷା କରି ବତୀ ରହିଥିବା ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories