www.samajalive.in
Monday, December 8, 2025
13.1 C
Bhubaneswar

ଭିଡିଓରେ ଦେଖନ୍ତୁ…ଦୁର୍ନୀତି ବିରୋଧରେ ବିଚିତ୍ର ପ୍ରତିବାଦ, ଅଭିଯୋଗପତ୍ର ମାଳ ପିନ୍ଧି ରାସ୍ତାରେ ଗଡ଼ି ଗଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ବ୍ୟକ୍ତି

ସମାଜ ଡିଜିଟାଲ ଡେସ୍କ: ବାରମ୍ବାର ଅଭିଯୋଗ ସତ୍ବେ ଶୁଣିଲାନି ପ୍ରଶାସନ। ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଦୁର୍ନୀତି ବିରୋଧରେ ଅଭିନବ ଉପାୟରେ ପ୍ରତିବାଦ ଜଣାଇଛନ୍ତି ଜଣେ ବ୍ୟକ୍ତି। ଅଭିଯୋଗ ପତ୍ରଗୁଡ଼ିକ ମାଳ କରି ବେକରେ ପକାଇ ରାସ୍ତାରେ ଗଡ଼ି ଗଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଅଭିଯୋଗକାରୀ। ଏଭଳି ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ବିଭିନ୍ନ ମହଲରେ ପ୍ରଶାସନିକ ଅଧିକାରୀମାନଙ୍କୁ ସମାଲୋଚନା କରାଯିବା ସହିତ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶଂସା କରାଯାଇଛି।

ଘଟଣାଟି ମଧ୍ୟପ୍ରଦେଶର। ଯୁବକ ଜଣକ ହେଉଛନ୍ତି ସିଙ୍ଗୋଲି ତହସିଲ ଅନ୍ତର୍ଗତ କାକରିୟା ତଲାଇ ଗ୍ରାମର ମୁକେଶ ପ୍ରଜାପତି। ମୁକେଶ କହିଛନ୍ତି, ତାଙ୍କ ଗ୍ରାମ ପଞ୍ଚାୟତରେ ହେଉଥିବା ଦୁର୍ନୀତି ବିଷୟରେ ସେ ବିଗତ ୭ ବର୍ଷ ହେବ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଛନ୍ତି। ହେଲେ କେହି ତାଙ୍କ କଥାକୁ ଗୁରୁତ୍ଵ ଦେଲେ ନାହିଁ। ସେ ଅନେକ ଥର ଜିଲାପାଳଙ୍କ କାର୍ଯ୍ୟାଳୟକୁ ବି ଯାଇଛନ୍ତି। ହେଲେ ଜିଲାପାଳଙ୍କୁ ନ ପାଇ ନିରାଶ ହୋଇ ଫେରିଛନ୍ତି।

- Advertisement -

ପରିଶେଷରେ ପ୍ରଶାସନିକ ଅବହେଳା ଯୋଗୁ ସେ ହତୋତ୍ସାହିତ ହୋଇ ଅଭିବନ ଉପାୟରେ ପ୍ରତିବାଦ ଜଣାଇବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ସମସ୍ତ ଅଭିଯୋଗ ପତ୍ରଗୁଡ଼ିକୁ ମାଳ କରି ବେକରେ ପକାଇ ରାସ୍ତାରେ ଗଡ଼ି ଗଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମୁକେଶଙ୍କ ଏହି ପଦକ୍ଷେପ ଯୋଗୁ ସେ ଗଣମାଧ୍ୟମଗୁଡ଼ିକର ଦୃଷ୍ଟିଆକର୍ଷଣ କରିବାରେ ବି ସମର୍ଥ ହୋଇପାରିଛନ୍ତି। ମୁକେଶଙ୍କ ଭିଡିଓ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ଏତିକି ନୁହେଁ, ଜିଲାପାଳ ହିମାଂଶୁ ଚନ୍ଦ୍ର ମୁକେଶଙ୍କ ସମସ୍ତ ଅଭିଯୋଗର ତଦନ୍ତ ପାଇଁ ୩ ଜଣିଆ କମିଟିକୁ ନିର୍ଦେଶ ଦେଇଛନ୍ତି। ୩ ଦିନ ମଧ୍ୟରେ ସବୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବାକୁ ବି କହିଛନ୍ତି।

ମୁକେଶ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗ୍ରାମ ପଞ୍ଚାୟତରେ  ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଛି। କିନ୍ତୁ ସରକାରୀ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories