www.samajalive.in
Monday, December 8, 2025
24.1 C
Bhubaneswar

ବୟସ ବଢ଼ୁଥିବାରୁ ଚିନ୍ତାରେ ପୁଟିନ, ଜରୁରିକାଳୀନ ଭିତ୍ତିରେ ‘ବୟସ ନିରୋଧ ଔଷଧ’ ପ୍ରସ୍ତୁତ ପାଇଁ ବୈଜ୍ଞାନିକଙ୍କୁ ଦେଲେ ନିର୍ଦେଶ

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବୟସ ବୃଦ୍ଧି ପାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପୁଟିନ। ତେଣୁ ତୁରନ୍ତ ଜରୁରିକାଳୀନ ଭିତ୍ତିରେ ବୟସ ନିରୋଧ ଔଷଧ ତିଆରି କରିବାକୁ ବୈଜ୍ଞାନିକମାନଙ୍କୁ ନିର୍ଦେଶ ଦେଇଛନ୍ତି ରୁଷ ରାଷ୍ଟ୍ରପତି। ତୁରନ୍ତ ଏହି ଔଷଧ ପ୍ରସ୍ତତି ପାଇଁ ନିର୍ଦେଶ ରହିଥିବାରୁ ବୈଜ୍ଞାନିକମାନେ ବି ଅଡୁଆରେ ପଡ଼ିଯାଇଛନ୍ତି।

ପୁଟିନଙ୍କୁ ଏବେ ୭୧ ବର୍ଷ। ସେ ତାଙ୍କ ଜୀବନ ପ୍ରତ୍ୟାଶା ବୃଦ୍ଧି କରିବା ଲାଗି ଚାହୁଁଛନ୍ତି, ଯାହାଫଳରେ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଶାସନ ଗାଦିରେ ରହିପାରିବେ। ଏହା ସହିତ ତାଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବୟସ ବି ଅଧିକ। ସେମାନଙ୍କ ମଧ୍ୟରେ ରହିଛନ୍ତି ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଯାହାଙ୍କୁ ଏବେ ୭୪ ବର୍ଷ। ସେହିପରି ସଂଘୀୟ ନିରାପତ୍ତା ସେବାର ମୁଖ୍ୟ ଆଲେକ୍‌ଜାଣ୍ଡର ବର୍ଟନିକୋଭ(୭୨), ବରିଷ୍ଠ ଉପଦେଷ୍ଟା ନିକୋଲାଇ ପାଟ୍ରୁଶେଭ(୭୩), ସର୍ଗେ ନାରିସକିନ୍‌(୭୦) ଏବଂ ରୁଷୀୟ ସିନେଟ୍‌ର ମୁଖପାତ୍ର ଭାଲେଣ୍ଟିନା ମାଟଭିୟେଙ୍କୋ(୭୫) ମଧ୍ୟ ପୁଟିନଙ୍କ ସହଯୋଗୀଙ୍କ ମଧ୍ୟରେ ରହିଛନ୍ତି। ଏମାନଙ୍କୁ ସାଙ୍ଗରେ ନେଇ ପୁଟିନ ଦେଶର ଶାସନ ଭାର ସମ୍ଭାଳୁଛନ୍ତି। ଏମାନେ ସମସ୍ତେ ପୁଟିନଙ୍କର ଅତି ବିଶ୍ଵସ୍ତ। ତେଣୁ ପୁଟିନ ଏବଂ ତାଙ୍କ ସହଯୋଗୀମାନେ କିପରି ନିଜର ବୟସ ହ୍ରାସ କରିପାରିବେ ସେଥିପାଇଁ ଔଷଧ ପ୍ରସ୍ତୁତ କରିବାକୁ ବୈଜ୍ଞାନିକମାନଙ୍କୁ ନିର୍ଦେଶ ଦିଆଯାଇଛି।

- Advertisement -

ତେବେ ପୁଟିନଙ୍କ ଏହି ନିର୍ଦେଶ ପରେ ଚିନ୍ତାରେ ପଡ଼ିଯାଇଛନ୍ତି ବୈଜ୍ଞାନିକମାନେ। କାରଣ ଔଷଧ ତିଆରି ପାଇଁ ଶହ ଶହ କୋଟି ଟଙ୍କାର ଆବଶ୍ୟକତା ରହିଛି। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସରକାର ଏହି ପ୍ରକଳ୍ପ ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ। ତେଣୁ କିପରି ଔଷଧ ତିଆରି କରାଯିବ ତାହାକୁ ନେଇ ଅଡୁଆରେ ପଡ଼ିଯାଇଛନ୍ତି ବୈଜ୍ଞାନିକ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories