www.samajalive.in
Monday, December 8, 2025
13.1 C
Bhubaneswar

୨୧ ଦିନରେ ଦୁଷ୍କର୍ମକାରୀଙ୍କୁ ମିଳିବ ଦଣ୍ଡ, ମମତା ସରକାର ଆଣିଲେ ‘ଅପରାଜିତା ମହିଳା ଓ ଶିଶୁ ବିଧେୟକ’

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମବଙ୍ଗ ବିଧାନସଭାରେ ମଙ୍ଗଳବାର ଦୁଷ୍କର୍ମ ନିରୋଧୀ ବିଲ୍‌ ଗୃହୀତ ହୋଇଛି। ‘ଅପରାଜିତା ମହିଳା ଓ ଶିଶୁ ବିଧେୟକ’ ନାମରେ ନାମିତ ଏହି ବିଧେୟକରେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ହୋଇଛି। ବିଧାନସଭାର ଏକ ସ୍ଵତନ୍ତ୍ର ଅଧିବେଶନ ଜରିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଏହି ବିଲ୍‌କୁ ପାରିତ କରିଛନ୍ତି। କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହିତ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଲାଗି ସରକାର ଏହି ବିଲ୍‌ ଆଣିଥିବା କହିଛନ୍ତି। ଏହି ବିଧେୟକ ଜରିଆରେ ଏକ ଅପରାଜିତା ଟାସ୍କଫୋର୍ସ ଗଠନ କରାଯିବ ଏବଂ ମାମଲାର ପ୍ରାଥମିକ ରିପୋର୍ଟ ଦାଖଲ ହେବାର ୨୧ ଦିନ ଭିତରେ ଦୋଷୀଙ୍କୁ ଦଣ୍ଡ ଦିଆଯିବ ବୋଲି ମମତା କହିଛନ୍ତି।

ବିଲ୍‌ ଉପରେ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଦୁଷ୍କର୍ମ ଏବଂ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ​‌ ଦୋଷୀମାନଙ୍କୁ କଠୋର ଦଣ୍ଡ ଦେବା ବିଲ୍‌ର ଉଦ୍ଦେଶ୍ୟ। ପୋକ୍‌ସୋ ଆଇନରେ ରହିଥିବା ବ୍ୟବସ୍ଥାକୁ ଅଧିକ କଠୋର କରାଯାଇଛି।

- Advertisement -

ବିଧେୟକରେ କ’ଣ ରହିଛି ?

୧- ମହିଳାଙ୍କୁ ଉତ୍ପୀଡ଼ନ ଏବଂ ଦୁଷ୍କର୍ମ ମାମଲାରେ କଠୋର ଦଣ୍ଡ ଦିଆଯିବ

୨- ପୋକ୍‌ସୋ ଅଧିନୟମର ପ୍ରାବଧାନଗୁଡ଼ିକୁ ଅଧିକ କଠୋର କରାଯାଇଛି

୩- ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟିଲେ କିମ୍ବା ମସ୍ତିଷ୍କରେ ଗଭୀର କ୍ଷତି ହେଲେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ

୪- ବିଧେୟକ ଅଧୀନରେ ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ। ପ୍ରାଥମିକ ରିପୋର୍ଟର ୨୧ ଦିନ ମଧ୍ୟରେ ଦଣ୍ଡ ଦିଆଯିବ।

୫- ୧୨୦ କୋଟି ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

୬- ସବୁ ଜାଗାରେ ସିସିଟିଭି କ୍ୟାମେରା ଲଗାଯିବ

୭- ରାତ୍ରି ସାଥୀର ପ୍ରାବଧାନ ରହିଛି, ଯାହା ଅଧୀନରେ ମହିଳାମାନେ ୧୨ ଘଣ୍ଟା ଡ୍ୟୁଟି କରିବେ ଏବଂ ଆବଶ୍ୟକ ପଡ଼ିଲେ ଡାକ୍ତର ନିଜର ଡ୍ୟୁଟି ବଢ଼ାଇବେ।

୮- ରାତିରେ କାମ କରୁଥିବା ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories