www.samajalive.in
Sunday, December 7, 2025
26.1 C
Bhubaneswar

ଗୋପାଳପୁର କଲେଜର ଯୁବ ରେଡ଼କ୍ରସ ଅଧିକାରୀ ରାଜ୍ୟ ପୁରସ୍କାର ପାଇଁ ମନୋନୀତ

ଗୋପାଳପୁର: ଗୋପାଳପୁର କଲେଜର ଯୁବ ରେଡ଼କ୍ରସ ଅଧିକାରୀ ଡ. ରାମଚନ୍ଦ୍ର ଜେନା ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ୨୦୨୩-୨୪ ନିମନ୍ତେ ରାଜ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଡ. ଜେନା ଦୀର୍ଘ ବର୍ଷ ଧରି ଯୁବ ରେଡକ୍ରସର ନୀତିନିୟମ ପାଳନ କରିବା ସଙ୍ଗେସଙ୍ଗେ ରକ୍ତଦାନ ଶିବିର, ବନ ମହୋତ୍ସବ, ସଡ଼କ ସୁରକ୍ଷା ସଚେତନତା, ସ୍ୱାସ୍ଥ୍ୟ ଶିବିର, ବିଶ୍ବ ଏଡ୍‌ସ ଦିବସ, ଫାଇଲେରିଆ ସଚେତନତା, ପରିମଳ, ସ୍ୱଚ୍ଛଭାରତ ଅଭିଯାନ, ଗୋପାଳପୁର ବେଳାଭୂମି ସଫେଇ, ସ୍ଵାଧୀନତାର ଅମୃତ ମହୋତ୍ସବ ଆଦି ବିଷୟରେ ସଚେତନତା ଶୋଭାଯାତ୍ରା ଆୟୋଜନ କରି ଉଚ୍ଚ ପ୍ରଶଂସା ଲାଭ କରିପାରିଛନ୍ତି। କଲେଜ ଅଧ୍ୟକ୍ଷ ଡ. ରାମ ପ୍ରସାଦ ପଣ୍ଡା, କଲେଜ ପରିଚାଳନା କମିଟିର ସଭାପତି ସି. ଏଚ. ଡିଲେଶ୍ବର ରେଡି ପ୍ରମୁଖ ଉପସ୍ଥିତ ରହି କଲେଜ ସଭା ଗୃହରେ ଡ. ଜେନା କଲେଜ ପାଇଁ ଗର୍ବ ଓ ଗୌରବ ଆଣିଥିବା ହେତୁ ତାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories