www.samajalive.in
Saturday, December 6, 2025
26.1 C
Bhubaneswar

କଲକାତା ଲଜ୍ଜା; ଚାଞ୍ଚଲକର ବୟାନ ଦେଲା ଅଭିଯୁକ୍ତ ସଞ୍ଜୟ ରାୟ, ମୁଁ ନିର୍ଦୋଷ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦେଶବ୍ୟାପି କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଫାଶି ଦେବାକୁ ଦାବି କରି ବିକ୍ଷୋଭ ଜାରି ରହିଥିବା ବେଳେ ଜେଲରେ ରହି ପୁଣି ଥରେ ଚାଞ୍ଚଲକର ବୟାନ ଦେଇଛି। କେବଳ ପୁଲିସ ସମ୍ମୁଖରେ ନୁହେଁ ବରଂ ନିଜ ଓକିଲ ସାମ୍ନାରେ ବି ଏଭଳି ବୟାନ ଦେଇଛି ସଞ୍ଜୟ। ନିଜକୁ ନିର୍ଦୋଷ କହିବା ସହ ସିସିଟିଭି ଫୁଟେଜ ସହ ଅନ୍ୟ ତଥ୍ୟକୁ ମିଛ ବୋଲି କହିଛି। ଘଟଣାରେ ମିଳିଥିବା ସମସ୍ତ ତଥ୍ୟ ଓ ପ୍ରମାଣରୁ ଜଣାପଡିଛି ଯେ ସଞ୍ଜୟ ହିଁ ମୁଖ୍ୟ ଅଭିଯୁକ୍ତ, ଯିଏକି ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ କରିବା ସହ ନିର୍ମମ ଭାବେ ହତ୍ୟା କରିଥିଲା। ହେଲେ ସଞ୍ଜୟ ବର୍ତ୍ତମାନ ନିଜର ସଇତାନ ବୃଦ୍ଧି ଲଗାଇ ନିଜକୁ ନିର୍ଦୋଷ ବୋଲି କହିବାରେ ଲାଗିଛି।
ଲଗାତାର ଭାବେ ସଞ୍ଜୟ କହିଛି ଯେ ‘ସେ କାହାକୁ ଦୁଷ୍କର୍ମ କରିନାହିଁ କି ହତ୍ୟା କରିନାହିଁ। ପ୍ରେସିଡେସିଂ ଜେଲରେ ଥିବାବେଳେ ନିଜ ଓକିଲ ସହ କଥାବାର୍ତ୍ତା ହୋଇ ସଞ୍ଜୟ କହିଛି ଯେ ମୁଁ ସମ୍ପୂର୍ଣ୍ଣ ନିର୍ଦୋଷ। ଏପରିକି ପଲିଗ୍ରାଫ ଟେଷ୍ଟ ବେଳେ ନିଜକୁ ନିର୍ଦୋଷ ବୋଲି କହିଥିବା ସଞ୍ଜୟ ଓକିଲ ନିକଟରେ ବୟାନ ଦେଇଛି।
ସଞ୍ଜୟ କହିଛି ଯେ ଘଟଣା ଦିନ ଯେତେବେଳେ ସେ ସେମିନାର ହଲକୁ ଯାଇଥିଲା ସେତେବେଳେ ଜଣେ ମହିଳାଙ୍କୁ ବେହୋସ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲା। ପାଖକୁ ଯାଇ ଦେଖିବାରୁ ମହିଳା ଡାକ୍ତର ଜଣଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ। ରକ୍ତ ଦେଖି ସେ ଡରିଯାଇ ସେଠାରୁ ପଳାଇଥିଲା। ତୁରନ୍ତ ଘଟଣା ସମ୍ପର୍କରେ ପୁଲିସ କିମ୍ବା ଅନ୍ୟ କାହାକୁ କାହିଁକି କହିନଥିବାରୁ ପ୍ରଶ୍ନରେ ସଞ୍ଜୟ କହିଛି ଯେ ରକ୍ତ ଜୁଡୁବୁଡି ଦେଖି ସେ ଡରିଯାଇଥିଲା। ସେଥିପାଇଁ ସେଠାରୁ ଖସି ପଳାଇଥିଲା। ତା କଥାରେ କେହି ବିଶ୍ୱାସ କରିବେ ନାହିଁ ବୋଲି ଭାବି ସେ କାହାକୁ କିଛି କହିନଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories