www.samajalive.in
Monday, December 8, 2025
13.1 C
Bhubaneswar

ଏଣିକି ଏସିଡ୍‌ ଆକ୍ରମଣର ଶିକାର ପୁରୁଷଙ୍କୁ ବି ମିଳିବ ଭତ୍ତା, ଘୋଷଣା କଲା ଏହି ରାଜ୍ୟ

ସମାଜ ଡିଜିଟାଲ ଡେସ୍କ: ଏସିଡ୍‌ ଆକ୍ରମଣରେ ପୀଡ଼ିତ ପୁରୁଷମାନଙ୍କୁ ମାସକୁ ୮ ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସଙ୍ଗରୁର ଜିଲାର ଧୁରୀ ନିବାସୀ ପୀଡ଼ିତ ମଲକିତ ସିଂହଙ୍କ ଆବେଦନ ଉପରେ ଶୁଣାଣିବେଳେ ପଞ୍ଜାବ ସରକାର ଏହି ସୂଚନା ଦେଇଛନ୍ତି। ଏଥିସହ ପୀଡ଼ିତ ବ୍ୟକ୍ତିଙ୍କୁ ଦିଆଯିବାକୁ ଥିବା ବକେୟା ଅର୍ଥରାଶିର ଚେକ୍‌ ମଧ୍ୟ ହାଇକୋର୍ଟଙ୍କୁ ହସ୍ତାନ୍ତର କରିଛନ୍ତି ପଞ୍ଜାବ ସରକାର।

ଆବେଦନକାରୀଙ୍କ ଓକିଲ ଏଚ୍.ସି ଆରୋରା କହିଛନ୍ତି ଯେ, ମଲକିତ ହେଉଛନ୍ତି ଦେଶର ପ୍ରଥମ ପୁରୁଷ ଏସିଡ୍ ଆକ୍ରମଣ ପୀଡ଼ିତ ଏବଂ ପଞ୍ଜାବ ସରକାର ତାଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରିଛନ୍ତି। ମଲକିତ ସିଂହ ହାଇକୋର୍ଟରେ କହିଛନ୍ତି ଯେ, ପଞ୍ଜାବ ସରକାର ୨୦୧୭ରେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ପାଇଁ ନୀତି ପ୍ରସ୍ତୁତ କରିଥିଲେ, ଯେଉଁଥିରେ ସରକାର କେବଳ ଏସିଡ୍ ଆକ୍ରମଣରେ ପୀଡ଼ିତ ମହିଳାମାନଙ୍କୁ ମାସିକ ୮ ହଜାର ଟଙ୍କା ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ। ତେବେ ସେ ମଧ୍ୟ ଜଣେ ଏସିଡ୍ ଆକ୍ରମଣ ପୀଡ଼ିତ। ତେଣୁ ସେ ହାଇକୋର୍ଟରେ ଆବେଦନ କରିଥିଲେ। ଏହାପରେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ତାଙ୍କୁ ମଧ୍ୟ ମାସକୁ ୮ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ।

- Advertisement -

ସୂଚନାଯୋଗ୍ୟ, ମଲକିତ ସିଂହ ବଳଦେବ ସିଂହ ନାମକ ବ୍ୟକ୍ତିିଙ୍କ ଟ୍ରକ୍ ଚଳାଉଥିଲେ। ଜୁଲାଇ ୨୨, ୨୦୧୧ରେ ଯେତେବେଳେ ସେ ବଳଦେବ ସିଂହଙ୍କଠାରୁ ଦରମା ଆଣିବାକୁ ଯାଇଥିଲେ, ସେତେବେଳେ ବଳଦେବ ସିଂହ ଛାତ ଉପରୁ ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏଥିରେ ସେ ତାଙ୍କ ଦୁଇ ଆଖିର ଦୃଷ୍ଟିଶକ୍ତି ହରାଇଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories