www.samajalive.in
Sunday, December 7, 2025
16.1 C
Bhubaneswar

କଳାପଥର-ଧଳାପଥର ବଜାର ମୁଖ୍ୟରାସ୍ତା ଉପରୁ ଜବରଦଖଲ ଉଚ୍ଛେଦ ଦାବି, ଉପଜିଲ୍ଲାପାଳଙ୍କୁ ଭେଟିଲେ ବୁଦ୍ଧିଜୀବୀ, ବ୍ୟବସାୟୀ

କଳାପଥର(ବାଙ୍କୀ): ଖୋର୍ଦ୍ଧା, କଟକ ଏବଂ ନୟାଗଡ ଜିଲ୍ଲା ସୀମାନ୍ତ କଳାପଥର-ଧଳାପଥର ବଜାର ଦେଇ ଯାଇଥିବା ବାଘମାରୀ-କଣ୍ଟିଲୋ ରାଜ୍ୟ ରାଜପଥ ରାସ୍ତା ଉପରେ ଉଠା ଦୋକାନୀଙ୍କ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଛି। ତେଣୁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ପ୍ରଶସ୍ତୀକରଣ ସାଙ୍ଗକୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଦାବି ହୋଇଛି। ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ବ୍ୟବସାୟୀମାନେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ପୂର୍ତ୍ତ ବିଭାଗ ରାସ୍ତା ଓ ଗୃହ ବିଭାଜନ ନିର୍ବାହୀ ଯନ୍ତ୍ରୀ ସୁଦର୍ଶନ ନାୟକ, ବେଗୁନିଆ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପଣ୍ଡା, ଧଳାପଥର ଫାଣ୍ଡି ଅଧିକାରୀ ଶୁଶାନ୍ତ ମଲ୍ଲିକଙ୍କୁ ଭେଟି ଏକ ଦାବିପତ୍ର ଦେବା ସହିତ ସମସ୍ୟା ସମାଧାନ ପାଇଁ ଅନୁରୋଧ କରିଛନ୍ତି। ବାଙ୍କୀ, ବୋଲଗଡ ଏବଂ ଭାପୁର ବ୍ଲକ ସୀମାନ୍ତବର୍ତ୍ତୀ କଳାପଥର ମୁଖ୍ୟ ବଜାର ଉପର ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭାରିଯାନ, ୫୦ରୁ ଊର୍ଦ୍ଧ୍ବ ବସ ଯାତାୟାତ କରୁଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ୧୦ଟି ସ୍କୁଲ ଓ ୩ଟି କଲେଜ, ୫ଟି ବ୍ୟାଙ୍କ, ୪ଟି ମନ୍ଦିର ଥିବାବେଳେ ରାସ୍ତାର ଉଭୟପାର୍ଶ୍ବ ଜବରଦଖଲକାରୀଙ୍କ କବଜାରେ ରହିଛି।  ଉଠାଦୋକାନ ଯୋଗୁ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଜନସାଧାରଣଙ୍କ ସୁରକ୍ଷା ସହିତ ଦୁର୍ଘଟଣାକୁ ଏଡାଇବା ପାଇଁ ତୁରନ୍ତ ପ୍ରଶାସାନିକ ସ୍ତରରେ ଜବରଦଖଲକାରୀଙ୍କୁ ଉଚ୍ଚେଦ କରିବା ସହିତ ଉଠା ଦୋକାନୀଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ଦାବି କରାଯାଇଛି।  କଳାପଥର ମୋଟର କର୍ମଚାରୀ ସଂଘ ସଭାପତି ଶୁରେନ୍ଦ୍ର କୁମାର ବିଶ୍ୱାଳଙ୍କ ଆବାହକତ୍ୱରେ ଆଞ୍ଚଳିକ ବିକାଶ ପରିଷଦ ନେତୃତ୍ୱରେ ଏକ କମିଟି ଗଠନ କରାଯାଇ ପ୍ରଶାସନ ନିକଟରେ ଦାବି କରାଯାଇଛି। ଆଇନଜୀବି ପ୍ରଦୀପ କୁମାର ପଟ୍ଟନାୟକ, ଧଳାପଥର ସରପଞ୍ଚ ନାରାୟଣ ସାହୁ, ସମାଜସେବୀ ମିର୍ଜା ସର୍ଦ୍ଧାର ଅଲ୍ଲୀବେଗ, କଳାପଥର ପଂଚାୟତ ବିଜେଡି ସଭାପତି ବିଶ୍ୱଜିତ ସାହୁ, ଗ୍ରାମୀଣ କୃଷକ ବଣିକ ସଙ୍ଘ ସଭାପତି ସନ୍ତୋଷ ପାଣିଗ୍ରାହୀ, ମୋଟର କର୍ମଚାରୀ ସଂଘ ସମ୍ପାଦକ କୃଷ୍ଣଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories