www.samajalive.in
Sunday, December 7, 2025
16.1 C
Bhubaneswar

ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ଆଲୋଚନା

ବାଲିଆପାଳ: ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ବିଶ୍ବର ବିସ୍ମୟ ଓ ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ଭାରତୀୟ ନୀଳରକ୍ତ କଙ୍କଡ଼ାକୁ ନେଇ ଭାରତ ସରକାର କୌଣସି ପରୀକ୍ଷା ନିରୀକ୍ଷା ବର୍ତ୍ତମାନ ପର୍ଯ୍ୟନ୍ତ କରିନାହାନ୍ତି। ଏହାର ମୂଳ କାରଣ ହେଉଛି, ବିଦେଶୀ ଔଷଧ କମ୍ପାନୀର ଚକ୍ରାନ୍ତରେ ଆମ ଭାରତୀୟ ଔଷଧ କମ୍ପାନୀ କବଳିତ। ଭାରତୀୟ ଔଷଧ କମ୍ପାନୀମାନେ ଭାରତ ସରକାରଙ୍କୁ ଅନ୍ଧାରରେ ରଖିଛନ୍ତି। ଏହା ଦ୍ବାରା ଭାରତ ସରକାର ବହୁ ରାଜସ୍ୱ ହରାଉଛନ୍ତି। ନୀଳରକ୍ତ କଙ୍କଡା ଭାରତରେ କେବଳ ବାଲେଶ୍ବରର ସମୁଦ୍ର ଉପକୂଳରେ ଦେଖିବା ପାଇଁ ମିଳେ। ଏଣୁ ଆମ ବାଲେଶ୍ବରବାସୀ ଏଥିପ୍ରତି ସଚେତନ ହୋଇ ସରକାରଙ୍କୁ ଚେତେଇବା ସହ ବାଲେଶ୍ବରରେ ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ ଅଭୟାରଣ୍ୟ ଓ ବିଶ୍ବସ୍ତରୀୟ ଗବେଷଣାଗାର ପ୍ରତିଷ୍ଠା ପାଇଁ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ଶିଳ୍ପୀ କେଶୁ ଦାସ ବୁଧବାର ବାଲିଆପାଳ ବ୍ଲକର ସମୁଦ୍ର କୂଳବର୍ତ୍ତି ଚୌମୁଖ ଓ ଡଗରା ପଞ୍ଚାୟତର ବିଭିନ୍ନ ଛକ ଓ ଚା’ ଖଟିମାନଙ୍କରେ ଉପସ୍ଥିତ ସ୍ଥାନୀୟ ଲୋକମାନଙ୍କୁ ନେଇ ଚର୍ଚ୍ଚା କରିଥିଲେ। ଏହି କଙ୍କଡା ଭାରତରେ ବିଶେଷ କରି ବାଲେଶ୍ବର ସମୁଦ୍ର ଉପକୂଳରେ ଦେଖାଯାଏ।

ବାଲେଶ୍ବରର ନୀଳରକ୍ତ କଙ୍କଡା ଓ ସାମୁଦ୍ରିକ ଜୈବ ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁ ଦାସ ଓ ସହ ସମ୍ପାଦକ କବି ସୁଧାକର ସେଠୀ ଉପସ୍ଥିତ ହୋଇ ସ୍ଥାନୀୟ ଲୋକମାନଙ୍କ ଠାରୁ ନୀଳରକ୍ତ କଙ୍କଡା ବିଷୟରେ ବୁଝିବା ସହ ନୀଳରକ୍ତ କଙ୍କଡା ସୁରକ୍ଷାର ଆବଶ୍ୟକ ବିଷୟରେ ଚର୍ଚ୍ଚା କରିଥିଲେ। ୩/୪ ବର୍ଷ ପୂର୍ବେ ହଳ ହଳ ହୋଇ ଜୀବନ୍ତ ବହୁ ନୀଳରକ୍ତ କଙ୍କଡା ବେଳାଭୂମି ଓ ସୁବର୍ଣ୍ଣରେଖା ମୁହାଣରେ ଦେଖିବାକୁ ମିଳୁଥିଲା। ବହୁତ ମରି ଖୋଳପା ପଡ଼ିଥିବାର ଦେଖିବାକୁ ମିଳୁଥିଲା। ମାଛ ମରା ଜାଲରେ ଛନ୍ଦି ହୋଇ ମରୁଥିଲେ। ଏବେ ଜୀବନ୍ତ କି ମୃତ ଖୋଳପା ଆଉ ପୂର୍ବ ଭଳି ଦେଖିବାକୁ ମିଳୁନାହିଁ। ନୀଳରକ୍ତ କଙ୍କଡା ସଂମ୍ପର୍କରେ ସ୍ଥାନୀୟ ମତ୍ସ୍ୟଜୀବୀ, ସ୍କୁଲ ଛାତ୍ରଛାତ୍ରୀ ତଥା ମହିଳାମାନଙ୍କୁ ଅଧିକରୁ ଅଧିକ ସଚେତନତା କରିବାର ଆବଶ୍ୟକ ଅଛି ବୋଲି ଉପସ୍ଥିତ ସ୍ଥାନୀୟ ସରପଞ୍ଚ ସତ୍ୟାନନ୍ଦ ମହାନ୍ତି କହିଥିଲେ।

- Advertisement -

ଚୌମୁଖ ସ୍କୁଲ ଛକ ଚା’ ଦୋକାନ, ମୁକ୍ତେଶ୍ବର ଶିବ ମନ୍ଦିର ଛକ ଚା’ ଦୋକାନ ଏବଂ ଡଗରା ନେଚର କ୍ୟାମ୍ପ ପରିସରରେ ବାଲେଶ୍ବର ଜିଲା ପରିଷଦ ଉପାଧ୍ୟକ୍ଷା ଅନୁସୟା ପ୍ରଧାନ ଓ ବାଲିଆପାଳ ବ୍ଲକ ଅଧ୍ୟକ୍ଷା ରଞ୍ଜିତା ନାୟକଙ୍କ ସହ ମଧ୍ୟ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ପାଇଁ ଚର୍ଚ୍ଚା କରିଥିଲେ। ସମସ୍ତେ ଏହି କଙ୍କଡାର ସୁରକ୍ଷା ପାଇଁ ସହଯୋଗର ହାତ ବଢେଇବେ ବୋଲି ପ୍ରତିଶ୍ରୁତି ଦେଇଥିଇଥିବା ଶିଳ୍ପୀ କେଶୁ ଦାସ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ସମୁଦ୍ର କୂଳବର୍ତ୍ତୀ ପଞ୍ଚାୟତ ମାନଙ୍କରେ ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ କମିଟି ଗଠନ କରାଯିବ ବୋଲି ସୁରକ୍ଷା ମଞ୍ଚର ସଭାପତି ଶିଳ୍ପୀ କେଶୁ ଦାସ ସୂଚନା କହିଛନ୍ତି। ଆଜିର ଏହି ସଚେତନତା ଆଲୋଚନା ସମୟରେ ବିଭିନ୍ନ ଚା’ ଖଟିମାନଙ୍କରେ ସ୍ଥାନୀୟ ବେଳାଭୂମି କମିଟିର ଗଣପତି ଜେନା, ପ୍ରସନ୍ନ ସ୍ବାଇଁ, ସୌମ୍ୟରଞ୍ଜନ ପାତ୍ର, ମୁକ୍ତିପଦ ନନ୍ଦୀ, ଧର୍ମେନ୍ଦ୍ର ମହାନ୍ତି, ମନ୍ମଥ ଜେନା, ଅଭିମନ୍ୟୁ ଜେନା, ଅଶୋକ ମାନ୍ନା, ବଳଭଦ୍ର ମାନ୍ନା, ବିଷ୍ଣୁପଦ ହାଜରା, କେଦାର ବେହେରା, ଶମ୍ଭୁନାଥ ବେହେରା, କେଶବ ମହାନ୍ତି, ମାଣିକ ପଣ୍ଡା, ଜଗନ୍ନାଥ ଜେନା, ଅନନ୍ତ ବେହେରା, ରାମକୃଷ୍ଣ ଜେନା, ପ୍ରଦୀପ ଜେନା, ସପନ ମହାନ୍ତି, କାଳିପଦ ବେହେରା, ଚନ୍ଦନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories