www.samajalive.in
Saturday, December 6, 2025
16.1 C
Bhubaneswar

ମହିଳା ମହାସଂଘ ପକ୍ଷରୁ ବିଭିନ୍ନ ଦାବିରେ ବ୍ଲକ ସମ୍ମୁଖରେ ଗଣ ବିକ୍ଷୋଭ

ବାଲିଆପାଳ: ବିଭିନ୍ନ ଦାବି ନେଇ ନିଖିଳ ଉତ୍କଳ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମହାସଂଘ ପକ୍ଷରୁ ବୁଧବାର ବାଲିଆପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ସଭାପତି ରଞ୍ଜୁ ଲତା ଗିରିଙ୍କ ନେତୃତ୍ୱରେ ବାଲିଆପାଳ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଶହଶହ ମହାସଂଘର ମହିଳା ଏକ ବିରାଟ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ। ବ୍ଲକ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ମହାସଂଘର ବାଲେଶ୍ୱର ଜିଲା ସଭାପତି ସାରଦା ଗିରି ଏହି ସଭାରେ ପୌରୋହିତ୍ୟ କରି କହିଥିଲେ ଯେ, କିଛି ମହିଳାଙ୍କୁ ପ୍ରୋତ୍ସାହନ ନ ଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମାଆମାନଙ୍କୁ ଆର୍ଥିକ ସହାୟତା ବା ଭତ୍ତା ପ୍ରଦାନ କରାଯାଉ ଏବଂ ମିଶନ ଶକ୍ତିର ନିୟମ ଅନୁଯାୟୀ ଦୁଇ ବର୍ଷକୁ ଥରେ କମିଟି ପୁନର୍ଗଠନ କରାଯାଉ। ସମ୍ପାଦିକା ମାଳତୀ ବାରିକ ଯୋଗ ଦେଇ ମହାସଂଘର ସମସ୍ତ ନ୍ୟାର୍ଯ୍ୟ ଦାବି ସରକାର ଯଥାଶୀଘ୍ର ପୁରଣ କରିବାକୁ ଅନୁରୋଧ କରିଥିଲେ। ସଭାକାର୍ଯ୍ୟ ପରେ ମହାସଂଘ ପକ୍ଷରୁ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଗଣବିକ୍ଷୋଭରେ ବ୍ଲକର ସମସ୍ତ ପଞ୍ଚାୟତରୁ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories