ଭୁବନେଶ୍ୱର: ତାଲିମ କେନ୍ଦ୍ରରେ ହାତୀ ଛୁଆ ‘ମାମା’ର ମୃତ୍ୟୁ ହୋଇଛି। ଭୁବନେଶ୍ୱର ଡମପଡା କୁମାରଖୁଣ୍ଟି ତାଲିମ କେନ୍ଦ୍ରରେ ଛୁଆ ହାତୀ ‘ମାମା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୭ବର୍ଷର ହାତୀ ଛୁଆ ମାମାର ମୃତ୍ୟୁ ନେଇ ଚନ୍ଦକା ଡିଏଫଓ ସୂଚନା ଦେଇଛନ୍ତି। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ମାମାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମାମାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ କଣ ଜଣାପଡିବ। ସୂଚନା ଅନୁସାରେ ୨୦୧୭ ମାର୍ଚ୍ଚ ୩ରେ ରାମେଶ୍ୱରରୁ ଉଦ୍ଧାର କରାଯାଇ ହାତୀ ଛୁଆକୁ ନନ୍ଦନକାନନ ଅଣାଯାଇଥିଲା। ସେଠାରୁ ୨୦୨୩ ମାର୍ଚ୍ଚ ୮ରେ ଗୌଡିବାରି କୁମାରଖୁଣ୍ଟିକୁ କୁମକି ତାଲିମ ପାଇଁ ନିଆଯାଇଥିଲା। ନିକଟରେ ଚନ୍ଦକା ଅଭୟାରଣ୍ୟରେ ହାତୀ ‘ରାମୁ’ର ମୃତ୍ୟୁ ହୋଇଥିଲା।
Popular Categories



