www.samajalive.in
Monday, December 8, 2025
13.1 C
Bhubaneswar

ଚାଉଁରିପୁର ସେତୁରୁ ମହାନଦୀକୁ ଡେଇଁବା ଘଟଣା; ମିଳିଲା ଛାତ୍ରୀଙ୍କ ମୃତଦେହ

ସମ୍ବଲପୁର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସମ୍ବଲପୁର ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମୃତଦେହ ଦୀର୍ଘ ୪ ଦିନ ପରେ ମଙ୍ଗଳବାର ଆଠଗଡ ଥାନା କନ୍ଦରପୁର ସ୍ଥିତ ମହାନଦୀ କୂଳରୁ ଠାବ ହୋଇଛି । ତାଙ୍କ ନାମ କାଜଲ ବୋଲି ଜଣାପଡିଛି।
କନ୍ଦରପୁର ସ୍ଥିତ ମହାନଦୀ କୂଳରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ମୃତଦେହ ବୋଲି ଜଣାପଡିଛି । ସେ ଦୀର୍ଘ ୪ ଦିନ ତଳେ ଚାଉଁରିପୁର ସେତୁରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହାପରେ ଅନେକ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିନଥିଲା । ଆଜି ନାବାଳିକାଙ୍କ ମୃତଦେହ ମିଳିଛି ।
ସୂଚନା ଯୋଗ୍ୟ, ଅଗଷ୍ଟ ୨୪ରେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ମହାନଦୀକୁ କାଜଲ (ହାଇସ୍କୁଲ ଛାତ୍ରୀ) ଡେଇଁ ପଡିଥିଲେ। ସକାଳେ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ଏହାପରେ ସେ ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀକୁ ଡେଇଁ ପଡିଥିଲେ। ପରେ ମର୍ଣ୍ଣିଂ ଓ୍ବାକ୍ କରୁଥିବା କିଛି ଲୋକ ଏହା ଦେଖି  ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ।

ଦେଖନ୍ତୁ ଭିଡିଓ ; ମହାନଦୀ ଘାଟରେ ଘଡିଆଳ କୁମ୍ଭୀର

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories