www.samajalive.in
Wednesday, December 10, 2025
26.1 C
Bhubaneswar

ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଫୁଲବାଣୀ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର ପଟ୍ଟନାୟକଙ୍କ ସଂଯୋଜନାରେ ଏହି ପୂଜନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, କୋଷାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ, ଶୈକ୍ଷିକ ବିଭାଗର ଶିବାଜୀ ଅଧିକାରୀ, ନଗର କାର୍ଯ୍ୟବାହ ଶେଷଦେବ ସାହୁ, ଅଧ୍ୟାପକ କୁଲଦୀପ ପ୍ରଭୁ(ଇସ୍କନ), ରୋସନ ସାହୁ(ଛାତ୍ର) ଏବଂ ମୁଖ୍ୟ ବକ୍ତା ଶ୍ରୀପଦ ଅଭିରାମ ଠାକୁର ଦାସ(ଦିଲ୍ଲୀ) ଶ୍ରୀକୃଷ୍ଣଙ୍କ ଲୀଳା ବିଷୟରେ ଶିଶୁ ମାନଙ୍କୁ ଅବଗତ କରାଇଥିଲେ। ଶିଶୁ ମାନେ କୃଷ୍ଣ ଓ ରାଧାରାଣୀ ବେଶରେ ସଜେଇ ହୋଇ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ କୃତି ଛାତ୍ର ଛାତ୍ରୀ ପୁରସ୍କୃତ ମଧ୍ୟ ହୋଇଥିଲେ। ପ୍ରାୟ ୨୦୦ ଜଣ ଶିଶୁ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶିଶୁମାନଙ୍କ ମନ୍ଦିର ଭ୍ରମଣ, ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର ସମ୍ବନ୍ଧରେ ଏକ ବକ୍ତୃତା ପ୍ରତିଯୋଗିତା, ଦହି ହାଣ୍ଡି ଭାଙ୍ଗିବା, ଦୋଳିରେ ଶ୍ରୀକୃଷ୍ଣଙ୍କୁ ଝୁଲାଇବା ଆଦି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ପଟ୍ଟନାୟକଙ୍କ ଦ୍ବାରା ରଚିତ ଓଡ଼ିଆ ଭଜନକୁ ଛାତ୍ରଛାତ୍ରୀ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗ ଏବଂ ଅଭିଭାବକ/ଅଭିଭାବିକାମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର କରିପାରିଥିଲା। ହୋମ ଯଜ୍ଞ ପୂର୍ବକ ପୂଜାର୍ଚ୍ଚନା ସହିତ ବ୍ରାହ୍ମଣଙ୍କ ଦ୍ୱାରା ଉଚ୍ଚାରିତ ମନ୍ତ୍ର ପାଠରେ ବିଦ୍ୟାଳୟ ପରିବେଶ ଭାବମୟ ହୋଇ ଉଠିଥିଲା। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories