www.samajalive.in
Sunday, December 7, 2025
13.1 C
Bhubaneswar

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ବଳିଦାନ ଦିବସରେ ଗଣଦୌଡ

ଭୁବନେଶ୍ଵର: ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାକାଣ୍ଡକୁ ପୂରିଛି ୧୬ ବର୍ଷ । ଆଜି କନ୍ଧମାଳ ଜିଲ୍ଲା ଜଳେଶପଟ୍ଟା ଆଶ୍ରମରେ ପାଳିତ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଶ୍ରଦ୍ଧାଞ୍ଜଳୀ ସଭା। ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ ଜଳେଶପଟ୍ଟା ଆଶ୍ରମରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ଏବଂ ତାଙ୍କ ୪ ସହଯୋଗୀଙ୍କୁ ହତ୍ୟା କରାଯାଇଥିଲା। ଜନ୍ମାଷ୍ଟମୀ ପାଳନ ସମୟରେ ସ୍ଵାମୀଜୀଙ୍କ ସହ ୪ଜଣ ଅନ୍ତେଃବାସୀ ଦୁର୍ବୁତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଏହି ଅବସରରେ ଆଜି ରାଜଧାନୀ ଭୁବନେଶ୍ଵରରେ ଗଣଦୌଡ ଆୟୋଜିତ ହୋଇଛି। ଭୁବନେଶ୍ଵର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରୁ ମାଷ୍ଟର କାଣ୍ଟିନ୍, ଅଶୋକନଗର, ମାଷ୍ଟରକାଣ୍ଟିନ୍ ହୋଇ ପୁଣି ପ୍ରଦର୍ଶନୀ ପଡିଆ ଯାଏଁ ଗଣଦୌଡ ଆୟୋଜିତ ହୋଇଛି। ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ସ୍ମୃତି ଚାରଣ ନିମନ୍ତେ ଗଠିତ ସ୍ମୃତି ନ୍ୟାସ ଏହି ଗଣଦୌଡର ଆୟୋଜନ ହୋଇଛି। ଏଥିରେ ୫ ହଜାରରୁ ଅଧିକ ଯୁବକ ଯୁବତୀ ଭାଗ ନେଉଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories