www.samajalive.in
Wednesday, December 10, 2025
18.1 C
Bhubaneswar

ଓଡିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଜିଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ

କେନ୍ଦୁଝରଗଡ: ଓଡିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରବିବାର ଜିଲା ସଂସ୍କୃତି ଭବନ ଠାରେ ଜିଲାସ୍ତରୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଙ୍ଗତ ଶିକ୍ଷକ ଓ କର୍ମଚାରୀଙ୍କ ଅମରଆତ୍ମାର ସଦ୍‌‌ଗତି କାମନା କରି ୧ମିନିଟ୍‌‌ ନୀରବ ପ୍ରାର୍ଥନା କରାଯାଇଥିଲା।

ଧରଣୀଧର ବିଶ୍ୱବିଦ୍ୟାଳୟର କୁଳସଚିବ ନରେନ୍ଦ୍ର କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଅବସର ପରବର୍ତ୍ତୀ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ଜିଲା ଶିକ୍ଷା ଅଧିକାରୀ ହିମାଂଶୁ ଶେଖର ଦାଶ ସମାରୋହକୁ ଉଦ୍‌‌ଘାଟନ କରିବା ଅବସରରେ ଶିକ୍ଷକ ମାନଙ୍କ ସମସ୍ୟା ସମାଧାନ ଦିଗରେ ଦାୟିତ୍ୱରେ ଥିବା ପ୍ରଶାସକଗଣ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ପ୍ରଦାନ ସହ କେନ୍ଦୁଝର ସହ ତାଙ୍କର ନିବିଡ ସମ୍ପର୍କ ବିଷୟରେ ସ୍ମୃତିଚାରଣ କରିଥିଲେ।

- Advertisement -

ଓଡିଶା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷକ ସମାଜ ମିଳିତ ଭାବେ ବିଭିନ୍ନ ସମସ୍ୟାକୁ ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ କେନ୍ଦୁଝର ଜିଲା ସଭାପତି ସଞ୍ଜୟ ବସନ୍ତ ଚକ୍ର ସଭାପତିତ୍ୱ ଅଭିଭାଷଣରେ ସମୃଦ୍ଧ ଦେଶ ଗଠନରେ ଶିକ୍ଷକ ସମାଜର ଭୂମିକା ବେଶ୍‌‌ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଯାନ୍ତ୍ରୀକ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଇଂ ବସନ୍ତ କୁମାର ଦାନୀ, ଅବସରପ୍ରାପ୍ତ ଯନ୍ତ୍ରୀ ଇଂ ହରମୋହନ ପଟ୍ଟନାୟକ, ଓଡିଶା ମାଧ୍ୟମିକ ସ୍କୁଲ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ କେନ୍ଦୁଝର ଶାଖାର କାର୍ଯ୍ୟକାରୀ ସଭାପତି ଚିନ୍ତାମଣୀ ଜେନା, ଉପସଭାପତି ପ୍ରସନ୍ନ କୁମାର ରଥ ଓ କୋଷାଧ୍ୟକ୍ଷ ମଦନମୋହନ ଦ୍ୱିବେଦୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ପୂଜ୍ୟପୂଜା ପରମ୍ପରାକୁ ଅଧିକ ସୁସମୃଦ୍ଧ କରିବ ବୋଲି କହିଥିଲେ।

ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସମାରୋହ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିଗଣଙ୍କୁ ସ୍ୱାଗତ ଜଣାଇ ସମ୍ପାଦକୀୟ ବିବରଣୀ ପ୍ରଦାନ ଅବସରରେ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କିଭଳି ଦୁର୍ନୀତିର ଗନ୍ତାଘର ପାଲଟିଛି ସେ ସମ୍ପର୍କରେ କ୍ଷୋଭ ପ୍ରକାଶ କରିବା ସହ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ନିଜର ହକ୍‌‌ ପାଇବାକୁ ହେଲେ ଏଭଳି ଦୁର୍ନୀତି ବିରୋଧରେ ଏକଜୁଟ୍‌‌ ହୋଇ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥୀ ଗିରିଙ୍କ ରଚିତ ପୁସ୍ତକ ‘ମମତା’ ଓ ଅନ୍ତିମ ପରୀକ୍ଷା’କୁ ମଞ୍ଚାସୀନ ଅତିଥିଗଣ ଉନ୍ମୋଚନ କରିଥିଲେ।

ସଂଘର ଅନ୍ୟତମ କର୍ମକର୍ତ୍ତା ଭିକାରୀ ଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଶେଷରେ ଅଗଷ୍ଟ ୨୦୨୩ରୁ ଜୁଲାଇ ୨୦୨୪ ମଧ୍ୟରେ ଜିଲାର ବିଭିନ୍ନ ହାଇସ୍କୁଲରୁ ଅବସରଗ୍ରହଣ କରିଥବା ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ମୋଟ ୧୫୨ଜଣଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ସଂଘର ଅନ୍ୟତମ ବରିଷ୍ଠ ସଦସ୍ୟ ସୁଶୀଲ କୁମାର ନାୟକ, ଶାନ୍ତନୁ କୁମାର ମିଶ୍ର, ଦିଗାମ୍ବର ଗିରି, ଲମ୍ବୋଦର ମହାନ୍ତ, ସ୍ୱପ୍ନେଶ୍ୱର ସାହୁ, ଓଷ୍ଟା କେନ୍ଦୁଝର ଜିଲା ସଭାପତି ରଘୁନାଥ ବେହେରା ଓ ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଜିଲା ସଂଯୋଜକ କ୍ଷୀରୋଦ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories