www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ

ନୂଆଦିଲ୍ଲୀ : ପାକିସ୍ତାନୀ ଗୁପ୍ତଚର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅରୁଣାଚଳ ପ୍ରଦେଶର ଭାରତ-ଚୀନ ସୀମାନ୍ତବର୍ତ୍ତୀ ଜିଲା ଅଞ୍ଜୱଠାରୁ ଗିରଫ କରାଯାଇଛି। ନିର୍ମଳ ରାଏ ନାମକ ଏହି ବ୍ୟକ୍ତି ଆସାମର ତିନସୁକିଆ ଜିଲା ଅନ୍ତର୍ଗତ ସାଦିୟା ନିବାସୀ। ସେ ଭାରତ-ଚୀନ ସୀମାନ୍ତବର୍ତ୍ତୀ କିବିଥୁ ଏବଂ ଦିଚୁସ୍ଥିତ ସେନା ଶିବିରରେ ବୋଝବାହକ ଭାବେ କାର୍ଯ୍ୟ କରୁଥିଲେ। ଜାନୁଆରୀ ୬ରେ ତାଙ୍କୁ ଗିରଫ କରି ପରଦିନ ଅରୁଣାଚଳ ପ୍ରଦେଶ ପୁଲିସକୁ ହସ୍ତାନ୍ତର କରାଯାଇଛି। ତାଙ୍କଠାରୁ ଏକ ସ୍ମାର୍ଟଫୋନ ଜବତ କରାଯାଇଛି। ଆଇପିସି ଧାରା ୧୨୦ ବି ଏବଂ ଆଇଟି ଆଇନ ଧାରା ୭୨ ଅଧୀନରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ରାଜ୍ୟ ପୁଲିସ ଡିଜିପି ଏସ୍‌ବିକେ ସିଂହଙ୍କ ସୂଚନା ମୁତାବକ ନେପାଳ ସମୁଦାୟର ସଦସ୍ୟ ରାଏ ୨୦୧୬ରୁ ୨୦୧୮ ମଧ୍ୟରେ ଦୁବାଇଠାରେ ଏକ ବର୍ଗର ଦୋକାନ କରିଥିଲେ। ପୁଲିସ ତାଙ୍କୁ ଜେରା କରୁଛି। ସେନା ବିଗତ କିଛି ଦିନ ହେବ ତାଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିଥିଲା। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଇଣ୍ଟର ସଭିର୍ର୍ସ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ଦୁବାଇ ପରିଚାଳକ ସମ୍ଭବତଃ ତାକୁ ପ୍ରଶିକ୍ଷଣ ଦେଇ ଗୁଇନ୍ଦା କାର୍ଯ୍ୟରେ ନିଯୁକ୍ତ କରିଛି। କିବିଥୁଠାରେ ସେ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଏବଂ ସେନା ମୁତୟନ ସମ୍ବନ୍ଧରେ ସୂଚନା ପ୍ରଦାନ କରୁଥିଲେ। ଏଥିସହ ଭାରତ-ଚୀନ ସୀମାରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟରେ ମଧ୍ୟ ସାମିଲ ଥିଲେ ବୋଲି ଜଣେ ସେନାଧିକାରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories