www.samajalive.in
Sunday, December 7, 2025
16.1 C
Bhubaneswar

ମୈାଳିଗଲା ଶିବଗଙ୍ଗା ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ

.-ମିଳିମଶି ଖାଇଗଲେ ଲକ୍ଷାଧିକ ଟଙ୍କା!
.-ଚନ୍ଦନ ମନ୍ଦିର ପାଇଁ ଅର୍ଥର ଅଭାବ
.-୧୪ମାସ ହେଲା ବୋରିଂ ଜଳରେ ଚାଲିଛି ମଣିବାବାଙ୍କ ସେବାପୂଜା
.-ଆଗକୁ ଜାଗରଯାତ୍ରା ; କାର୍ଯ୍ୟ ସମ୍ପୁର୍ଣ୍ଣ ନହେଲେ ବନ୍ଦ ହେବ ସେବାପୂଜା!
ଆରଡି : ରାଜ୍ୟର ବହୁ ପୁରାତନ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣି ମନ୍ଦିର ପ୍ରତି ଜିଲା ପ୍ରଶାସନର ବୈମାତୃକ ମନଭାବ ଯୋଗୁ ପୀଠ ଓ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟରେ ବାଧା ଉପୁଜୁଛି। ଯାହାକିଛି ପୀଠର ବିକାଶ ପାଇଁ ଅର୍ଥ ରାଜ୍ୟ ରାଜକୋଶରୁ ଆସୁଛି ସମୁଦ୍ରକୁ ଶଂଙ୍ଖେ ସଦୃଶ। ବିଭାଗୀୟ ପ୍ରଦାଧିକାରିଙ୍କ ଠାରୁ ଆରମ୍ଭ କରି ଠିକାଦରାଙ୍କ ମଧ୍ୟରେ ଥିବା ଅସାଧୁ ମେଣ୍ଟ ଯୋଗୁ କାର୍ଯ୍ୟ ଅଧାରୁ ଅର୍ଥର ଅଭାବ ଦେଖା ଦେଇଥିବା ଅଭିଯୋଗ ହୋଇଛି। ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏପରି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗତ ୨୦୧୭/୧୮ ବର୍ଷରେ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ପୁନରୁଦ୍ଧାର ଓ ସୈାନ୍ଦର୍ଯ୍ୟକରଣ ନିମନ୍ତେ ଜଳ ନିଷ୍କାସନ ବିଭାଗ ପକ୍ଷରୁ ଏକ ବ୍ଲୁପ୍ରଣ୍ଟି ପ୍ରସ୍ତୁତ କରାଯିବା ସହିତ ପ୍ରାୟ ୭୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ଉକ୍ତ କାର୍ଯ୍ୟରେ ପୁଷ୍କରିଣୀରୁ ପଙ୍କ ଉଦ୍ଧାର ସହିତ ଚତୁପାର୍ଶ୍ବରେ ପାବଛ ନିର୍ମାଣ, ପୁଷ୍କରିଣୀ ମଝିରେ ଚନ୍ଦନ ମଣ୍ଡପ ନିର୍ମାଣ, ମଣ୍ଡପକୁ ଯାତାୟତ ନିମନ୍ତେ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ତାହାସହିତ ତୁରନ୍ତ କାର୍ଯ୍ୟ ଆରମ୍ଭ ଓ ଶେଷ କରିବା ପାଇଁ ମଧ୍ୟ ବିଭାଗୀୟ ଅଧିକାରୀ ଓ ଜିଲାପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଇତିମଧ୍ୟରେ ୧୪ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇନଥିବା ବେଳେ ଅର୍ଥ ଅଭାବରୁ କାର୍ଯ୍ୟକୁ ସଙ୍କୁଚିତ କରାଯାଇ କେବଳ ପୁଷ୍କରିଣୀ ଚତୁପାର୍ଶ୍ବରେ ପାବଛ ନିର୍ମାଣରେ ଅଟକି ରହିଛି। ଏପଟେ ସ୍ଥାନୀୟ ବୁଦ୍ଧିଜିବୀଙ୍କ କହିବା ଅନୁଯାୟୀ ପୂର୍ବ ପ୍ରସ୍ତୁତି କାର୍ଯ୍ୟ ନିମନ୍ତେ ଆସିଥିବା ଟଙ୍କା କେଉଁ ଉପାୟରେ ଖର୍ଚ୍ଚ ହେଲା? ତାହାସହ ଯୋଜନା ଅନୁଯାୟୀ କାହିଁକି ନିର୍ମାଣ ହେଲାନି ଚନ୍ଦନ ମନ୍ଦିର ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଯଦି ଅର୍ଥ ଅଭାବ ଦେଖା ଦେଲା ତାହା ହେଲେ ପୁରୁଣା ଚନ୍ଦନ ମନ୍ଦିରକୁ ଭାଙ୍ଗି ଦିଆଗଲା କାହିଁକି ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି। ଅନ୍ୟପଟେ ମଣିବାବାଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଆସନ୍ତା ମାର୍ଚ୍ଚ ୪ରେ ପାଳିତ ହେବ , ଏହି ଯାତ୍ରା ପୂର୍ବରୁ ଯଦି ପୁଷ୍କରିଣୀ କାର୍ଯ୍ୟ ସମାପନ ନହୁଏ ତାହାଲେ ମଣିବାବାଙ୍କ ସେବାପୂଜା ଓ ନୀତିକାନ୍ତିରେ ବିଭ୍ରଟ ଦେଖାଦେବ ବୋଲି ଆଶଙ୍କା ଦେଖା ଦେଇଛି! ବିଶେଷକରି ଦୀର୍ଘ ୧୪ମାସ ଧରି ମଣିବାବାଙ୍କର ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀର ପୁର୍ନଉଦ୍ଧାର କାର୍ଯ୍ୟ ଚାଲୁଥିବାରୁ ମନ୍ଦିରର ସେବାପୂଜା ଓ ନୀତିକାନ୍ତି ବୋରିଂ ଓ ଟ୍ୟାଙ୍କର ଜଳରେ ଚାଲିଛି। ଯାହାକୁ ନେଇ ବରିଷ୍ଠ ସେବାୟତମାନେ ନିନ୍ଦା ପ୍ରକାଶ କରିଛନ୍ତି। ଏପରି ସମସ୍ୟା ବାବଦରେ ଜଳ ନିଷ୍କାସନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ପଚାରିବାରୁ ପୁଷ୍କରିଣୀ କାର୍ଯ୍ୟ ୧୫ଦିନ ମଧ୍ୟରେ ଶେଷ ହେବା ସହ ପୁଷ୍କରିଣୀ ମଧ୍ୟରେ ଯେଉଁ ଚନ୍ଦନ ମନ୍ଦିର ନିର୍ମାଣ ପାଇଁ ଯୋଜନା ହୋଇଥିଲା ତାହା ଅର୍ଥ ଅଭାବରୁ ହେବା ସମ୍ଭବ ନୁହେଁ ବୋଲି ପ୍ରକାଶ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories