www.samajalive.in
Tuesday, December 9, 2025
15.1 C
Bhubaneswar

ରଣଜୀଟ୍ରଫିରେ ଓଡିଶାର ବିପୁଳ ବିଜୟ

ଭୁବନେଶ୍ବର : ଗୋଆ ବିପକ୍ଷ ରଣଜୀଟ୍ରଫି ମ୍ୟାଚରେ ବିପୁଳ ବିଜୟ ହାସଲ କରିଛି ଓଡିଶା । ଗୋଆକୁ ୨୭୬ ରନରେ ହରାଇ ଏକ ଦମଦାର ବିଜୟ ହାସଲ କରିଛି । ପ୍ରଥମ ପାଳିରେ ୩୫୨/୧୦ରନ କରିଥିବା ଓଡିଶା ଦ୍ୱିତୀୟ ପାଳିରେ ୧୫୧/୧୦ କରିଥିଲା । ଗୋଆ ପ୍ରଥମ ପାଳି ୧୧୬/୧୦  ଦ୍ୱିତୀୟ ପାଳିରେ ୧୧୧/୧୦ ରନ କରିଛି । ମ୍ୟାଚରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଓଡିଶାର ସୂର୍ଯ୍ୟକାନ୍ତ ପ୍ରଧାନ  ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ଏହି ବିଜୟ ସହ ଓଡିଶାକୁ ୬ ପଏଣ୍ଟ ମିଳିଛି ।

ଗ୍ରୁପ ସି ରହିଥିବା ଓଡିଶା ବର୍ତ୍ତମାନ ସୁଦ୍ଧା ୯ ଟି ମ୍ୟାଚ ଖେଳିଛି । ଯେଉଁଥିରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟିରି ପରଜାୟ ହୋଇଛି ଏବଂ ଦୁଇଟି ମ୍ୟାଚ ଡ୍ର ରହିଛି । ୨୬ ପଏଣ୍ଟ ସହ ଓଡିଶା ଗ୍ରୁପର ଚତୁର୍ଥ ସ୍ଥାନରେ ରହିଛି । ବିକାଶ ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚ​‌ରେ ଗୋଆ ବିପକ୍ଷରେ ଓଡ଼ିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଥିଲା।

- Advertisement -

ଓଡ଼ିଶାର ପ୍ରଥମ ଇନିଂସ ସ୍କୋର ୩୫୨ରନ ଜବାବରେ ଗୋଆ ପ୍ରଥମ ଇନିଂସରେ ୧୧୬ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓଡିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୫  ୱିକେଟ ହାସଲ କରଥିବା ବେଳେ ରଜେଶ ମହାନ୍ତି ୩ ଟି ଏବଂ ବସନ୍ତ ମହାନ୍ତି ୨ ଟି ୱିକେଟ ହାସଲ କରିଥିଲେ ।  ପ୍ରଥମ ଇନିଂସରେ ୨୩୬ରନ ଆଗୁଆ ଥିବା ଓଡ଼ିଶା ଦ୍ବିତୀୟ ଇନିଂସରେ ୧୫୧ରନ୍ କରିଥିଲା। ୩୮୮ ରନର ବିଜୟ ଲକ୍ଷ୍ୟର ପିଛା କରି ପଡିଆକୁ ଓହ୍ଲାଇଥିବା ଗୋଆ ଦଳ ଏହାର ଜବାବରେ ୧୧୧ରନ୍ କରି ଅଲଆଉଟ ହୋଇଯାଇଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories