www.samajalive.in
Sunday, December 7, 2025
26.1 C
Bhubaneswar

କଳାପଥର ବଜାର ଜବରଦଖଲ ଉଚ୍ଛେଦ ଓ ରାସ୍ତା ପ୍ରଶସ୍ତିକରଣ ଦାବି ଜୋର ଧରିଲା

କଳାପଥର(ବାଙ୍କୀ): ୩ ଗୋଟି ଜିଲାର ସଙ୍ଗମ ସ୍ଥଳୀ ତଥା ବ୍ୟବସାୟିକ ପେଣ୍ଠ ସ୍ଥଳୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ରଖିଥିବା କଟକ ଜିଲା ବାଙ୍କୀ କଳାପଥର ମୁଖ୍ୟ ବଜାର ଏବେ ରହିଛି ଜବର ଦଖଲକାରୀଙ୍କ କବ୍‌ଜାରେ। ସେପଟେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ପ୍ରଶସ୍ତିକରଣ ସାଙ୍ଗକୁ ଜବର ଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଶୁକ୍ରବାର ବାଙ୍କୀ ଉପଜିଲାପାଳ ଦେବୀ ପ୍ରସାଦ ମହାନ୍ତିଙ୍କୁ ଭେଟି ନିଜର ଦାବିପତ୍ର ଦେଇଛନ୍ତି ୩ ଗୋଟି ଜିଲାର ସୀମାରେ ବସବାସ କରୁଥିବା କିଛି ବୁଦ୍ଧିଜୀବୀ। କଳାପଥର ମୁଖ୍ୟ ବଜାର ଉପର ଦେଇ ଶହ ଶହ ସଂଖ୍ୟାରେ ଭାରୀଯାନ ଯାତାୟତ ହେଉଥିବାବେଳେ ୧୦ଟି ସ୍କୁଲ ଓ ୩ ଗୋଟି କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରାୟ ୨୦ ଗୋଟି ପଂଚାୟତର ଅଧିବାସୀଙ୍କର ଏ ହେଉଛି ଏକ ମାତ୍ର ମୁଖ୍ୟ ରାସ୍ତା। ଅନ୍ୟପଟେ ୧୦ଗୋଟି ଜିଲାକୁ ମଧ୍ୟ ଏହି କଳାପଥର ମୁଖ୍ୟ ବଜାର ଦେଇ ଯାତ୍ରୀବାହୀ ବସ୍ ଯାତାୟତ କରେ। ଏଭଳି ସ୍ଥଳେ ଜବର ଦଖଲକାରୀଙ୍କ ରାସ୍ତା ଉପରେ ଉଠା ଦୋକାନର ଆସର ଜମିବା ଦ୍ୱାରା ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଜନସାଧାରଣଙ୍କ ସୁରକ୍ଷା ସହିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ତୁରନ୍ତ ପ୍ରଶାସନିକ ସ୍ତରରେ ଜବର ଦଖଲକାରୀଙ୍କୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ସହିତ ଉଠା ଦୋକାନୀଙ୍କୁ ଅନ୍ୟତ୍ର ଥଇଥାନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories