www.samajalive.in
Sunday, December 7, 2025
23.1 C
Bhubaneswar

କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭବାନୀପାଟଣା : ମଥୁରା ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଦୁର୍ଘଟଣାରେ ମୃତ ଚାଳକଙ୍କ ପରିବାରର ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ଭବାନୀପାଟଣାରୁ ଜୟପୁର ମଧ୍ୟରେ ୨୬ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି। ଉଲ୍ଲେଖଯୋଗ୍ୟ ସକାଳେ ଏକ ଟ୍ରକକୁ ଧକ୍କା ଦେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୋଲେରୋ ଚାଳକ ଦୀଲିପ ନାଏକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଏ ସଂକ୍ରାନ୍ତରେ ସୂଚନା ପାଇଁ ମହୁଳପାଟଣା, ବିରିକୋଟ ଅଞ୍ଚଳରୁ ସମ୍ପର୍କୀୟମାନେ ଆସି କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଶବ ରଖି ରାସ୍ତାରୋକ କରିଛନ୍ତି। ଜୁନାଗଡ଼ ଥାନା ପୁଲିସ, ଜୁନାଗଡ଼ ତହସିଲଦାର ବୁଝାସୁଝା ସତ୍ତ୍ୱେ ଅପରାହ୍ନ ଯାଏଁ ରାସ୍ତାରୋକ ହଟି ନଥିଲା। ରାସ୍ତାରୋକ ଯୋଗୁଁ ୨୬ ନମ୍ୱର ଜାତୀୟ ରାଜପଥରେ ଗାଡିମୋଟର ଚଳାଚଳ ବନ୍ଦ ରହିଛି।

ରାଜ୍ୟରେ ଡ୍ୟାନ୍ସ ବାର୍‌ ସମ୍ପୂର୍ଣ୍ଣ ବନ୍ଦ ହେବ -ଅବକାରୀ ମନ୍ତ୍ରୀ

- Advertisement -

 

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories