Patra electronics

ଭୟଙ୍କର ଦୁର୍ଘଟଣା: ବସ୍-ଟ୍ୟାଙ୍କର ଧକ୍କା, ୪ ମୃତ

ବ୍ରହ୍ମପୁର: ବସ୍‌କୁ ଧକ୍କା ଦେଲା ଟ୍ୟାଙ୍କର, ୪ ମୃତ। ବ୍ରହ୍ମପୁର ସମରଝୋଳ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସକୁ ଟ୍ୟାଙ୍କର ଧକ୍କା ଦେଇଛି। ଟ୍ରକକୁ ଓଭରଟେକ୍ କରିବାକୁ ଯାଇ ଟ୍ୟାଙ୍କରଟି ବସକୁ ପିଟି ଦେଇଥିବା ଜଣାପଡିଛି। ଦୁର୍ଘଟଣା ପରେ ବସଟି ରାସ୍ତାକଡ ଚା ଦୋକାନକୁ ମାଡିଯାଇଛି। ଫଳରେ ଚା ପିଉଥିବାବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ମୃତକ ବସ୍‌ର ଯାତ୍ରୀ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Comments are closed.