ପୁଣି ଶସ୍ତା ହେଲା ସୁନା -ଜାଣନ୍ତୁ ୨୨ ଏବଂ ୨୪ କ୍ୟାରେଟ୍‌ ସୁନାଦର

ନୂଆଦିଲ୍ଲୀ – -ସୁନାଦର ପୁଣି ହ୍ରାସ ପାଇଛି । ୨୨ ଏବଂ ୨୪ କ୍ୟାରେଟ ସୁନା ଦର ଦିଲ୍ଲୀର ଗହଣା ବଜାରରେ ହ୍ରାସ ପାଇଛି । ୨୦୨୪-୨୫ ବର୍ଷ ପାଇଁ ବଜେଟ ଆସିବା ପରେ ସୁନାଦର ହ୍ରାସ ପାଇବାରେ ଲାଗିଛି । ସୁନା ଉପରେ ଥିବା ସୀମା ଶୁଳ୍କକୁ ବଜେଟରେ ହ୍ରାସ କରାଯାଇଛି । ପ୍ରତିଦିନ ଏହାର ପ୍ରଭାବ ସୁନାର ମୂଲ୍ୟ ଉପରେ ପଡୁଛି  ।

ବୁଧବାରରେ ୨୨ କ୍ୟାରେଟ ସୁନାଦର ସରଫା ବଜାର ବା ଅଳଙ୍କାର ବଜାରରେ ୧୦ ଗ୍ରାମକୁ୬୬,୬୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାଦର ପ୍ରତି ୧୦ ଗ୍ରାମ ୭୨,୭୯୦ ଟଙ୍କା ରହିଛି । ରୂପାଦର ପ୍ରତିକିଲେ ୯୨,୦୦୦ ଟଙ୍କା ରହିଛି ।

ଦିଲ୍ଲୀ ସହ ଦେଶର ପ୍ରାୟ ୧୨ଟି ସହରରେ ସୁନାଦର ସାମାନ୍ୟ ହ୍ରାସ ପାଇଛି । ୨୪ କ୍ୟାରେଟ ଶୁଦ୍ଧ ସୁନାଦର ଏହି ସହରମାନଙ୍କରେ ୭୨,୬୦୦ରୁ ୭୨,୮୦୦ ଟଙ୍କା ମଧ୍ୟରେ ରହିଛି ।
ଓଡ଼ିଶାରେ ୨୨ କ୍ୟାରେଟ ସୁନାଦର ପ୍ରତି ୧୦ ୦ଗ୍ରାମ ୬୬,୫୦୦ ଥିବା ବେଳେ ରୂପା ଏକ କିଲୋଗ୍ରାମ ୮୪,୦୦୦ ଟଙ୍କା ରହିଛି ।

Comments are closed.